କେନ୍ଦ୍ରାପଡ଼ାକୁ ଅନ୍ୟରାଜ୍ୟରୁ ଫେରିଲେ ୧୭୨୯
କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍): ମେ ମାସ ୪ ତାରିଖରୁ ୯ ତାରିଖ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାକୁ ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୧୭୨୯ ଜଣ ପ୍ରବାସୀ ଶ୍ରମିକ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । କେବଳ ୯ ତାରିଖରେ ୪୦୫ ଜଣ ପ୍ରବାସୀ ଶ୍ରମିକ ଜିଲ୍ଲାକୁ ଫେରିଛନ୍ତି । ତାଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ବ୍ଲକକୁ ୨୩ ଜଣ, ପଟାମୁଣ୍ଡାରଇ ବ୍ଲକକୁ ୩୪ ଜଣ, ମହାକଳପଡ଼ା ବ୍ଲକକୁ ୧୦ ଜଣ, ମାର୍ଶାଘାଇ ବ୍ଲକକୁ ୧୧୦ ଜଣ, ରାଜନଗର ବ୍ଲକକୁ ୨୮ ଜଣ, ରାକନିକା ବ୍ଲକକୁ ୨୧ ଜଣ, ଆଳି ବ୍ଲକକୁ ୮୦ ଜଣ ଡେରାବିଶ ବ୍ଲକକୁ ୧୧୦ ଜଣ, ଗରଦପୁର ବ୍ଲକକୁ ୭ ଜଣ ଓ କେନ୍ଦ୍ରାପଡ଼ା ପୌରାଂଚଳକୁ ୧୨୮ ଜଣ ଶ୍ରମିକ ଫେରିଛନ୍ତି । ବ୍ୟାପକ ସଂଖ୍ୟକ ପ୍ରବାସସୀ ଶ୍ରମିକ କେନ୍ଦ୍ରାପଡ଼ା ଜିଲ୍ଲାକୁ ଫେରିବାର ସମ୍ଭାବନାକୁ ନଜରରେ ରଖି ଜିଲ୍ଲାରେ ଅଧିକ ସଂଖ୍ୟକ ସଙ୍ଗରୋଧ ଗୃହ ପ୍ରସସ୍ତୁତ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲାର ୨୪୮ଟି ପଂଚାୟରେ ଏବେସୁଦ୍ଧା ମୋଟ ୧୦୯୯ ଅସ୍ଥାୟୀ ସଙ୍ଗରୋଧ ଗୃହ ଓ ୪୯,୫୩୮ଟି ଶଜ୍ୟା ପ୍ରସ୍ତୁତ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯରାଇଛି ।