#କୋଭିଡ୍-୧୯: ଦେଶରେ ୧୭୦ ଜିଲ୍ଲା ହଟ୍‌ସ୍ପଟ୍‌

ନୂଆଦିଲ୍ଲୀ (ଓଟି): କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଆଜି କରୋନା ସମ୍ପର୍କିତ ସୂଚନା ଦେଇ ଦେଶରେ ୧୭୦ଟି ଜିଲ୍ଲା ହଟ୍‌ସ୍ପଟ୍‌ ଚିହ୍ନଟ ହୋଇଥିବା କହିଛନ୍ତି। ସେହି ସବୁ ଜିଲ୍ଲାରେ ରାଜ୍ୟ ସରକାରଙ୍କ ସହଯୋଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। କରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟ ସହ ନିରନ୍ତର ଆଲୋଚନା କରାଯାଉଛି ବୋଲି ମଧ୍ୟ ସଚିବ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି।

ସଚିବ ଶ୍ରୀ ଅଗ୍ରୱାଲ୍‌ ଆହୁରି କହିଛନ୍ତି ଯେ ହଟସ୍ପଟ୍ ଓ କଣ୍ଟେନମେଣ୍ଟ ଜୋନ୍‌ ବିଷୟରେ ଆଲୋଚନା କରାଯାଇଛି ଏବଂ ରାଜ୍ୟ ଓ କେନ୍ଦ୍ର ଉଭୟ କରୋନା ବିରୋଧରେ ମିଳିତ ଲଢ଼େଇ ଜାରି ରଖିଛନ୍ତି। ସେହିପରି ଦେଶର ଜିଲ୍ଳାଗୁଡ଼ିକୁ ୩ ବର୍ଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ହଟ୍‌ସ୍ପଟ୍‌, ନନ୍‌-ହଟସ୍ପଟ୍ ଓ ଗ୍ରୀନ ଜୋନ୍ ଜିଲ୍ଲା। ଏହି ପରିପ୍ରେକ୍ଷୀରେ ଦେଶରେ ୧୭୦ଟି ଜିଲ୍ଲା ହଟ୍‌ସ୍ପଟ୍ ଚିହ୍ନଟ କରାଯାଇଥିବାବେଳେ କିଛି ଅଞ୍ଚଳରେ ଆସନ୍ତା ୨୦ରୁ କଟକଣା କିଛିମାତ୍ରାରେ କୋହଳ କରାଯାଇପାରେ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି।

 

Leave a Reply

Your email address will not be published.