ଜିଓ ଟିଭିରେ ୧୬ ଓଡିଆ ଟିଭି ଚାନେଲ

ଭୁବନେଶ୍ୱର: ଜିଓଟିଭି ଏବେ ଉପଭୋକ୍ତାମାନଙ୍କ ହାତ ପାହାନ୍ତାରେ ନେଇଆସିଛି ଓଡିଆ ଟିଭି ଚାନେଲର ସର୍ବଶ୍ରେଷ୍ଠ ସମ୍ଭାର । ଜିଓ ଉପଭୋକ୍ତାମାନେ ଏବେ ବିନା ମୂଲ୍ୟରେ ଜିଓଟିଭି ଆପ୍ସରେ ଦେଖିପାରିବେ ୧୬ଟି ଓଡିଆ ଚାନେଲ, ଯାହାମଧ୍ୟରେ ରହିଛି ପ୍ରମୁଖ ନ୍ୟୁଜ, ମନୋରଂଜନ, ଚଳଚ୍ଚିତ୍ର, ମ୍ୟୁଜିକ ଓ ଭକ୍ତି ଟିଭି ଚାନେଲ ସମୂହ ।


ବିଶ୍ୱର ସର୍ବବୃହତ ଡାଟା ନେଟୱର୍କ ଜିଓ ଲୋକମାନଙ୍କ ମୋବାଇଲ ବ୍ୟବହାରକୁ ପରିବର୍ଦ୍ଧିତ କରିବା ସହିତ ସେମାନଙ୍କ ନିଜ ଭାଷାରେ ତଥା ପସନ୍ଦର ଆଂଚଳିକ ଭାଷାରେ ଖବର ଓ ମନୋରଂଜନ ଉପଲବ୍ଧ କରାଇବାରେ ବୈପ୍ଲବିକ ପରିବର୍ତନ ଆଣିଛି । ଏବେ ଅଧିକ ଓଡିଆ ଚାନେଲଗୁଡିକ ଜିଓ ଟିଭିରେ ଉପଲବ୍ଧ ହେବା ସହିତ ଓଡିଶାରେ ଜିଓର ୭୫ ଲକ୍ଷରୁ ଅଧିକ ଉପଭୋକ୍ତା ତଥା ଦେଶର କୋଣ ଅନୁକୋଣରେ ରହିଥିବା ଓଡିଆମାନେ ନିଜ ହାତ ପାହାନ୍ତାରେ ବିନା ମୂଲ୍ୟରେ ନିଜ ନିଜର ପସନ୍ଦର ଟିଭି ଚାନେଲ ଓ କାର୍ଯ୍ୟକ୍ରମ ଦେଖିପାରିବେ ।


ଜିଓ ଟିଭିରେ ଉପଲବ୍ଧ ହେଉଥିବା ଓଡିଆ ଚାନେଲଗୁଡିକ ମଧ୍ୟରେ ରହିଛି ଓଟିଭି, ନ୍ୟୁଜ ସେଭେନ, କନକ ନ୍ୟୁଜ, ନ୍ୟୁଜ ୧୮ ଓଡିଆ, ଜି ଓଡିଶା, କଳିଙ୍ଗ ଟିଭି, ନ୍ୟୁଜ ୱାର୍ଲଡ ଓଡିଶା, ଏମବିସି ଟିଭି ଓ ନକ୍ଷତ୍ର ନ୍ୟୁଜ ଭଳି ସମସ୍ତ ଓଡିଆ ନ୍ୟୁଜ ଚ୍ୟାନେଲ ଏବଂ ଜି ସାର୍ଥକ, ତରଙ୍ଗ, କଲର୍ସ ଓଡିଆ, ଡିଡି ଓଡିଆ ଭଳି ମନୋରଂଜନ ଚାନେଲ । ଏଥି ସହିତ ଓଡିଆ ମ୍ୟୁଜିକ ଚାନେଲ ତରଙ୍ଗ ମ୍ୟୁଜିକ, ଓଡିଆ ଚଳଚ୍ଚିତ୍ର ଚାନେଲ ଅଳଙ୍କାର ଏବଂ ଓଡିଆ ଭକ୍ତି ଆଧାରିତ ଚାନେଲ ପ୍ରାର୍ଥନା ଏବେ ଜିଓ ଟିଭିରେ ଉପଲବ୍ଧ ହେଉଛି ।


ଆଂଚଳିକ ଭାଷାରେ ଖବର ଓ ମନୋରଂଜନ ଉପଲବ୍ଧ ହେବା ଦ୍ୱାରା ଲକ୍ଷ ଲକ୍ଷ ଜିଓ ଫୋନ ଉପଭୋକ୍ତା ବିଶେଷ କରି ଗ୍ରାମୀଣ ଓ ଦୁର୍ଗମ ଅଂଚଳରେ ରହୁଥିବା ଲୋକମାନେ ଉପକୃତ ହୋଇଥାନ୍ତି କାରଣ ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଜିଓ ଫୋନ ହିଁ ନିଜର ପ୍ରିୟ ଓଡିଆ ଖବର, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ଆଦି ଦେଖିବାର ଏକମାତ୍ର ଭରସାଯୋଗ୍ୟ ମାଧ୍ୟମ ରହିଛି ।

ବିଭିନ୍ନ ଭାଷାରେ ଓ ବିଭିନ୍ନ ବର୍ଗ ପାଇଁ ସର୍ବଶ୍ରେଷ୍ଠ ଟିଭି କାର୍ଯ୍ୟକ୍ରମ, କଂଟେଂଟ ଓ ଚାନେଲ ପ୍ରଦାନ କରୁଥିବା ଜିଓ ଟିଭିରେ ୬୦ଟି ଏଚଡି ଚାନେଲ ସମେତ ୫୭୫ରୁ ଅଧିକ ଟିଭି ଚାନେଲ ସମସ୍ତ ଜିଓ ଉପଭୋକ୍ତାଙ୍କ ହାତ ପାହାନ୍ତାରେ ଉପଲବ୍ଧ ହେଉଛି । ଏଥି ସହିତ କ୍ରିକେଟ ମ୍ୟାଚ ସମୂହ ଓ ଆଇ ଲିଗ୍ ଫୁଟବଲ ଟୁର୍ଣ୍ଣାମେଂଟ ଭଳି ପ୍ରମୁଖ କ୍ରୀଡାର ପ୍ରସାରଣ ଜିଓ ଟିଭିରେ ଦର୍ଶକଙ୍କ ପାଇଁ ଉପଲବ୍ଧ ହେଉଛି ।

Leave a Reply

Your email address will not be published.