ସକାଳେ ଆଶ୍ଵସ୍ତି, ସନ୍ଧ୍ୟାରେ ଆତଙ୍କ: ଗୋଟିଏ ଦିନରେ ୧୬ କରୋନା ପଜିଟିଭ୍‌ , ସଂଖ୍ୟା ପହଞ୍ଚିଲା ୩୯

ଭୁବନେଶ୍ଵର, (ଓଟି): ଶଟ୍‌ ଡାଉନ୍‌ ଆଦେଶ ଉଠାଇବା ପାଇଁ ଘୋଷଣା କରିବା ବେଳେ ମୁଖ୍ୟ ଶାସନ ସଚିବ ରାଜ୍ୟବାସୀଙ୍କୁ ଯେଉଁ ଆଶ୍ଵାସନା ଓ ଆଶ୍ଵସ୍ତି ଦେଇଥିଲେ ତାହା ସନ୍ଧ୍ୟାବେଳକୁ ଆତଙ୍କରେ ପରିଣତ ହୋଇଛି। କାରଣ ହେଉଛି ରାଜ୍ୟରେ ଗୋଟିଏ ଦିନରେ ୧୬ ଜଣ ରୋଗୀଙ୍କ ଦେହରେ କରୋନା ପଜିଟିଭ୍‌ ଠାବ କରାଯାଇଛି । ପୁଣି ଏହି ସମସ୍ତ ୧୬ଜଣ ଭୁବନେଶ୍ଵରର ବୋଲି ପ୍ରକାଶ କରିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ। ଏହି ନୂଅା ୧୬ ଜଣଙ୍କ ଭିତରୁ ୧୫ ଜଣ ବମିଖାଲ ଅଞ୍ଚଳର ବୋଲି ବିଭାଗ କହିଛି। ଏହି ଅଞ୍ଚଳକୁ ସିଲ୍‌ କରାଯାଇଛି। ଏଣୁ ଆତଙ୍କିତ ହେବାର କାରଣ ନାହିଁ ବୋଲି ବିଭାଗ କହିଛି।

 

ଏହି ୧୬ଜଣଙ୍କ ଭିତରୁ ଦୁଇଜଣଙ୍କ ବାବଦରେ ଅପରାହ୍ଣରେ ତଥ୍ୟ ପ୍ରକାଶ କରିଥିଲେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ। ଏହି ଦୁଇଜଣଙ୍କ ଭିତରୁ ଜଣେ କପିଳପ୍ରସାଦ ଅଞ୍ଚଳର ହୋଇଥିବା ବେେ  ଆଉ ଜଣେ ବମିଖାଲର ପୂର୍ବରୁ ଚିହ୍ନିତ ପରିବାରର ସଦସ୍ୟ ବୋଲି ପ୍ରଶାସନ କହିଥିଲା। ଏହିକ୍ରମରେ କପିଳ ପ୍ରସାଦ ଓ ଏହାରି ସଂଲଗ୍ନ ଯଦୁପୁର ଗାଁକୁ ପ୍ରଶାସନ ସିଲ୍‌ କରିଥିବା ଘୋଷଣା କରିଥିଲା। ଏହା ପୂର୍ବରୁ ବମିଖାଲ୍‌ ଓ ସୂର୍ଯ୍ୟ ନଗର ସିଲ୍‌ ହୋଇ ରହିଛି।

ମଧ୍ୟାହ୍ନରେ ମୁଖ ସଚିବ ରାଜ୍ୟର ସମସ୍ତ କରୋନା ରୋଗୀ ବାହାର ରାଜ୍ୟର ରୋଗୀଙ୍କ ସଂ ସମ୍ପର୍କ ରଖିଛନ୍ତି ବୋଲି ଦର୍ଶାଇ ସ୍ଥାନୀୟ ସଂକ୍ରମଣକୁ ଏଡ଼ାଇ ଯାଇଥିଲେ। ଏବେ ଯଦି ପୁଣି ସେଇ ଆଶଙ୍କା ଆସେ ତେବେ ପରିସ୍ଥିତି ସାଂଘାତିକ ହୋଇପାରେ।

Leave a Reply

Your email address will not be published.