ରାଜ୍ୟରେ ଆଜି ୧୫୫୦ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଗୋଟିଏ ଦିନରେ ସର୍ବକାଳୀନ ନୂତନ ଆକ୍ରାନ୍ତ ଚିହ୍ନଟ ପରେ ଗତ ୨୪ ଘଣ୍ଟାରେ ୧୫୫୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୨୭୬କୁ ବୃଦ୍ଧି ଘଟିଛି। ଏଥିରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଅଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ରବିବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।
ବିଭାଗ ଅନୁଯାୟୀ ସୁସ୍ଥ ୧୫୫୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ ସୁସ୍ଥ ହୋଇଛନ୍ତି। ୨୪୧ ସୁସ୍ଥ ସହିତ ଖୋର୍ଦ୍ଧା ଦ୍ଵିତୀୟରେ ରହିଛି। ସେହି ପରି ସୁନ୍ଦରଗଡରୁ ୧୧୮, କଟକରୁ ୯୯, ସମ୍ବଲପୁରରୁ ୮୯, ଢେଙ୍କାନାଳରୁ ୭୨, ମାଲକାନଗିରିରୁ ୬୪, ବାଲେଶ୍ଵରରୁ ୬୩, କନ୍ଧମାଳରୁ ୬୨, ପୁରୀରୁ ୫୯ ଜଣ,କୋରାପୁଟ ଜିଲ୍ଲାରୁ ୪୧, ମୟୂରଭଞ୍ଜ ଜିଲ୍ଲାରୁ ୩୯, ଭଦ୍ରକରୁ ୩୮, ଗଜପତିରୁ ୩୨, ବଲାଙ୍ଗିରରୁ ୨୬, ରାୟଗଡାରୁ ୨୦, ଜଗତସିଂହପୁରରୁ ୧୮, ଝାରସୁଗୁଡାରୁ ୧୭, ଯାଜପୁରରୁ ୧୬, କେନ୍ଦ୍ରାପଡାରୁ ୧୬, କେନ୍ଦୁଝରରୁ ୧୬, ବୌଦ୍ଧରୁ ୧୫ ଆରୋଗ୍ୟଲାଭ କରିଛନ୍ତି। କଳାହାଣ୍ଡି, ନରବଙ୍ଗପୁର ଓ ନୂଆପଡାରୁ ୬ ଜଣ ଲେଖାଏଁ, ବରଗଡ ଓ ସୋନପୁରରୁ ୫ ଜଣ ଲେଖାଏଁ, ଅନୁଗୁଳରୁ ୪ ଓ ନୟାଗଡରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।