ଆକାଶରେ ଉଡୁଛନ୍ତି ଦୁଇ ପ୍ରମୁଖ ରାଷ୍ଟ୍ର ମୁଖିଆ!
ନୂଆଦିଲ୍ଲୀ(ଓଟି): ଆଜି ଆସୁଛନ୍ତି ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଫାଷ୍ଟ ଲେଡି ମିଲେନିଆ। ସେମାନଙ୍କୁ ସ୍ଵାଗତ କରିବା ପାଇଁ କର୍ଣ୍ଣାଟକରେ ଖ୍ୟାତନାମା ଗୁଡ଼ିକାରିଗର ଭିକେ ରାଓ ପ୍ରସ୍ତୁତ। ଉଡ଼ାଇଲେଣି ୧୫ ଫୁଟ ଲମ୍ବର ଗୁଡ଼ି। ସେହିପରି ଅମ୍ରିତସରରେ ଏକ କମ୍ପାନୀ ସ୍ଵତନ୍ତ୍ର ଗୁଡ଼ି ନିର୍ମାଣ କରିଛି। ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ଛବି ମଧ୍ୟ ସ୍ଥାନ ପାଇଛି।
ଅନ୍ୟପକ୍ଷରେ ଅହମ୍ମଦାବାଦର ଫର୍ଚ୍ୟୁନ ଲ୍ୟାଣ୍ଡମାର୍କ ହୋଟେଲରେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଵାଗତ ପାଇଁ ସ୍ଵତନ୍ତ୍ର ଭାରତୀୟ ଖାଦ୍ୟ ପ୍ରସ୍ତୁତି ହୋଇଛି। ଲଞ୍ଚ ରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫାଷ୍ଟ ଲେଡି ମିଲେନିଆ ଓ ପ୍ରଧାନମନ୍ତ୍ରୀ ରହିବେ। ଏଥିପାଇଁ ଖାଦ୍ୟ ଓ ପାନୀୟ ପ୍ରସ୍ତୁତି ପାଇଁ ସେଫ୍ ସୁରେଶ ଖାନ୍ନା ପ୍ରସ୍ତୁତ ହୋଇଛନ୍ତି। ଟ୍ରମ୍ପଙ୍କୁ ଖାଇବାରେ ଗୁଜରାଟୀ ବ୍ୟଞ୍ଜନ ଖାମନ ଢୋକଲା, ସ୍ପେଶାଲ ଗୁଜରାଟି ଜିଞ୍ଜର ଚା, ବ୍ରୋକୋଲି ଓ କର୍ଣ୍ଣ ସମୋସା, ଆଇସ୍ ଟି, ଗ୍ରୀନ ଟି, ମଲ୍ଟି ଗ୍ରେନ୍ କୁକିଜ୍ ପରଷାଯିବ। ଏଭଳି ସନ୍ଧିକ୍ଷଣରେ ଭାରତରୁ ଆମେରିକା ପର୍ଯ୍ୟନ୍ତ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଟ୍ରମ୍ପ ବାହୁବଳୀ ରୂପରେ ଦେଖିବାକୁ ମିଳିଛି। ଏହି ଆନିମେଟେଡ ତଥା ପ୍ରଚାରବହୁଳ ଭିଡିଓରେ ଭାରତ ଓ ଆମେରିକାର ବନ୍ଧୁତା ଦେଖାଯାଇଛି।
ସେ ଯାହାହେଉ, ଅନେକ ଆଶା ଓ ଅନିସନ୍ଧିତ୍ସୁ ହୋଇପଡ଼ିଛନ୍ତି ଭାରତ ଓ ଆମେରିକାର ବିଶେଷଜ୍ଞ… ଖାସ୍ ଦୁଇ ପ୍ରମୁଖ ରାଷ୍ଟ୍ରର ମୁଖିଆଙ୍କ ସ୍ଵତନ୍ତ୍ର ଭେଟଘାଟ ପାଇଁ…











