ଯାଜପୁର ଜିଲ୍ଲାରେ ପୁଣି ୧୪, ଦିନକରେ ୧୭ କରୋନା ପଜିଟିଭ୍‌ ଠାବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟର ଯାଜପୁର ଜିଲ୍ଲା ଏବେ କରୋନା ହଟ୍‌ସ୍ପଟରେ ପରିଣତ ହୋଇଛି। ଏକା ସଙ୍ଗେ ଆଜି ୧୪ ଜଣଙ୍କ ସ୍ଵାବ୍‌ ନମୁନାରେ କରୋନା ପଜିଟିଭ୍‌ ଭୁତାଣୁ ଥିବା ଚିହ୍ନଟ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ତିନିଜଣଙ୍କୁ ମିଶାଇ  ୨୪ ଘଣ୍ଟା ଭିତରେ ଜିଲ୍ଲାରେ ୧୭ ଜଣ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଯେଉଁ ୧୪ ଜଣଙ୍କ ନମୁନାରେ କରୋନା ଭୁତାଣୁ ମିଳିଛି ସେମାନଙ୍କ ବାବଦରେ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ। କିନ୍ତୁ ସକାଳେ ଗତ କାଲିର ଯେଉଁ ତିନିଜଣଙ୍କ ବାବଦରେ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଥିଲେ ସେମାବେ ସମସ୍ତେ ପଶ୍ଚିମ ବଙ୍ଗ ଫେରନ୍ତା ଶ୍ରମକିଙ୍କ ସମ୍ପର୍କୀୟ ଥିଲେ ବୋଲି ଜଣାପଡ଼ିଛି।

କୋଲକାତା ଫେରନ୍ତା ଶ୍ରମିକ ଏବଂ ତାଙ୍କ ସମ୍ପର୍କରେ ଆସିଥିବା ଲୋକେ ଏବେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ବାସୀଙ୍କ ପାଇଁ ଏକ ପ୍ରକାର ଆତଙ୍କ ପାଲଟିଛନ୍ତି। କାରଣ ଗଲା କିଛିଦିନ ଭିତରେ ଯେତିକି କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି ସବୁଥିରେ ଏହି ଲିଙ୍କ୍‌ ଦେଖିବାକୁ ମିଳିଛି। ପୂର୍ବରୁ ଜଣେ କରୋନା ରୋଗୀଙ୍କ ସମ୍ପର୍କ ଦିଲ୍ଲୀ ଫେରନ୍ତା ଥିଲେ।

ସକାଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ଜଣେ ୧୮ ବର୍ଷୀୟ ମହିଳା ଏହି ତାଲିକାରେ ଥିବା ବେଳେ ଆଉ ଜଣେ ୫୬ ବର୍ଷୀୟ ପୁରୁଷ ଥିଲେ। ସେମାନଙ୍କ ଘର ଯାଜପୁରର କଟିକଟା ଅଞ୍ଚଳରେ ବୋଲି ପ୍ରଶାସନ କହିଛି। ଏହି ଅଞ୍ଚଳକୁ ପୂର୍ବରୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ସେହିପରି ଆଉଜଣଙ୍କ ବୟସ ୬୫ ବର୍ଷ ଏଂବ ସେ କଲିକତାରୁ ଫେରିଥିଲେ।

ଏହି ୧୪ ଜଣଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ସେଥିରୁ ଜଣେ ସୁସ୍ଥ ହୋଇ ଫେରିଛନ୍ତି। ଅନ୍ୟ ୩୫ ଜଣ ଏବେ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଛନ୍ତି।

ଏବେ ରାଜ୍ୟରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୧୪୨ ହୋଇଛି। ସେଥିରୁ ୧୦୨ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ। ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି।

ରାଜ୍ୟରେ କରୋନା ସ୍ଥିତି ସକାଳ୭ ଟା୩୦ଏପ୍ରିଲ୍‌୨୦୨୦

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
ଖୋର୍ଦ୍ଧା ୪୭ ୨୭ ୧୯
ବାଲେଶ୍ଵର ୧୯ ୧୯
ଭଦ୍ରକ ୧୯ ୧୭
ଯାଜପୁର ୩୬ ୩୫
ସୁନ୍ଦରଗଡ଼ ୧୦
କେନ୍ଦ୍ରାପଡ଼ା
କଳାହାଣ୍ଡି
ପୁରୀ
କଟକ
ଢେଙ୍କାନାଳ
କୋରାପୁଟ
ସମୁଦାୟ ୧୪୨ ୩୯ ୧୦୨

Leave a Reply

Your email address will not be published.