ଦାଦନ ଶ୍ରମିକଙ୍କ ଉପରେ ଚଢ଼ିଗଲା ମାଲ୍ବାହୀ ଟ୍ରେନ୍: ୧୪ ମୃତ, ୫ ଗୁରୁତର
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଏକ ମାଲବାହୀ ଟ୍ରେନ୍ ଚଢ଼ିଯିବାରୁ ୧୪ଜଣ ଦାଦନ ଶ୍ରମିକଙ୍କ ଜୀବନ ଯାଇଛି। ଆଉ ୫ ଜଣ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲା ଅନ୍ତର୍ଗତ ଜାନ୍ଲା ଏବଂ ଔରଙ୍ଗାବାଦ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏପରି ଦୁଃଖଦ ଘଟଣା ଘଟିଥିବା ଦକ୍ଷିଣ-କେନ୍ଦ୍ର ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ନାନ୍ଦେଡ଼୍ ଡିଭିଜନ୍ ଅଞ୍ଚଳର କର୍ମାଡ୍ ପୁଲିସ୍ ଷ୍ଟେସନ୍ ପାଖରେ ଶୁକ୍ରବାର ସକାଳେ ଏହି ଦୁର୍ଘଟଣା ଘଟିଛି।
ଏହି ମାଲବାହୀ ଟ୍ରେନ୍ଟି ପେଟ୍ରୋଲ୍ ଏବଂ ଡିଜେଲ୍ ନେଇ ନାନ୍ଦେଡ଼୍ରୁ ମନ୍ମାଡ଼ ଆଡ଼କୁ ଗତି କରୁଥିଲା। ମାଧେ ଜଳଗାଁଓଠାରେ ରେଳ ଧାରଣାରେ ଶୋଇଥିବା ୧୯ଜଣ ଶ୍ରମିକଙ୍କ ଉପରକୁ ଏହା ପ୍ରତଃ ସାଢ଼େ ୫ଟା ସମୟରେସମୟରେ ମାଡ଼ି ଯାଇଥିଲା। ସେଥିରୁ ୫ଜଣ ଖସିଯାଇଥିବା ବେଳେ ୧୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ପୁଲିସ ସ୍ପଷ୍ଟ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ସେ ଘଟଣଶସ୍ଥଳକୁ ଯାଇ ଆବଶ୍ୟକ ନଜରରଖିବାକୁ କହିଥିବା ଟ୍ବିଟରରେ ଦର୍ଶାଇଛନ୍ତି। ଏହି ସମୟରେ ସମସ୍ତ ଆବଶ୍ୟକ ସହାୟତା ଦିଆଯିବ ବୋଲି ସେ କହିଛନ୍ତି।
ଘଟଣାରୁ ଜଣାପଡ଼ିଛି ଯେ, ଏହି ୧୯ଜଣ ଶ୍ରମିକ ଔରଙ୍ଗାବାଦ୍ରୁ ୬୫ କିଲୋମିଟର ଦୂର ଜାନ୍ଲାରୁ ଚାଲି ଚାଲି ଆସୁଥିଲେ। ସେମାନେ ସବୁ ମଧ୍ୟୟପ୍ରଦେଶର ଶ୍ରମିକ। ଏଠାରେ ଦାଦନ ଖଟୁଥିଲେ। ଲକ୍ଡାଉନ୍ ସେମାନଙ୍କ ଜୀବୀକା ନେଇଥିବାରୁ ସେମାନେ ଘରକୁ ଫେରିବା ପାଇଁ ଚାହିଁଥିଲେ। ଯୌତେବେଳେ ଶୁଣିଲେ ଯେ, ଗୁରୁବାରଠାରୁ ଔରଙ୍ଗାବାଦରୁ ତାଙ୍କ ରାଜ୍ୟକୁ ଟ୍ରେନ୍ ସେବା ଆରମ୍ଭ ହୋଇଛି ସେମାନେ ତାହାର ସୁବିଧା ନେବା ପାଇଁ ରେଳ ଟ୍ରାକରେ ଚାଲି ଚାଲି ଆସୁଥିଲେ। କିନ୍ତୁ ବାଟରେ ରାତି ହେବାରୁ ରେଳ ଧାରଣା ଉପରେ ଶୋଇଥିଲେ। ପ୍ରାତଃ ସମୟରେ ସମସ୍ତେ ଗଭୀର ନିଦ୍ରାରେ ଥିବା ସମୟରେ ଏହି ଲୌହ ମାନବ ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା। ସତର୍କ ହେବା ପୂର୍ବରୁ ସେମାନଙ୍କ ଜୀବନ ଚାଲି ଯାଇଥିଲା।