ପୁଣି ୧୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାର। ସମସ୍ତେ ମୁମ୍ବାଇ ଫେରନ୍ତା ଓ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ ବୋଲି ଜିଲ୍ଲାପାଳ ପବନ ନିଖିଲ କଲ୍ୟାଣ ସୂଚନା ଦେଇଛନ୍ତି। ୧୩ ପଜିଟିଭ ମଧ୍ୟରୁ ୪ ଜଣ ରାଉଲକେଲା ଅଞ୍ଚଳର ଓ ୮ଜଣ ଟାଙ୍ଗରିପାଲୀ ମଙ୍ଗଶପୁର ହୋଇଥିବା ବେଳେ ଆଉ ଜଣେ ଡର୍ଲ୍ଲିପାଲି ଅଞ୍ଚଳର ।

ଏହାକୁ ମିଶାଇ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ୨୭ ଜଣ ସୁସ୍ଥ ହୋଇଛନ୍ତି। ୨୭ଟି ଆକ୍ଟିଭ କେଶ ରହିଛି। ରାଜ୍ୟରେ ଆଜି ସକାଳେ ୬୩ କରୋନା ପଜିଟିଭ ଓ ନୂଆପଡ଼ାରେ ୧୩ ଚିହ୍ନଟ ହୋଇଥିଲେ। ଦିନକରେ ୮୮ ପଜିଟିଭ ଚିହ୍ନଟ ହେଲେଣି।

ସେହିପରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭୫୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ୭ ଜଣଙ୍କର ମୃତ୍ୟୁ ହୋଇଛି l

Leave a Reply

Your email address will not be published. Required fields are marked *