ଭୋଟ ଚିନ୍ତା:ଗରିବ ସବର୍ଣ୍ଣଙ୍କ ପାଇଁ ୧୦% ସଂରକ୍ଷଣ

ଭୁବନେଶ୍ୱର,(ଓଟି): ଆଗାମୀ ନିର୍ବାଚନରେ ବହୁମତ ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି। ସବର୍ଣ୍ଣ ଗରିବମାନଙ୍କ ପାଇଁ ସବୁ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ନିଷ୍ପତ୍ତି ନିଆଯାଇଛି। ୨୦୧୯ ନିର୍ବାଚନକୁ ଯିବା ପୂର୍ବରୁ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ବଡ଼ ଧରଣର ଘୋଷଣା।

ଭାରତୀୟ ରାଜନୀତିରେ ଆଜି ପର୍ଯ୍ୟନ୍ତ କେହି ଗରିବ ସବର୍ଣ୍ଣଙ୍କ ପାଇ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସାହସ କରିନଥିଲେ। ମୋଦିଙ୍କର ଏହା ଏକ ଐତିହାସିକ ପଦକ୍ଷେପ ଭାବେ ଗ୍ରହଣ କରାଯିବ। ଆଜି ପର୍ଯ୍ୟନ୍ତ କେବଳ ଆଦିବାସୀ, ଦଳିତ, ପଛୁଆବର୍ଗ, ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ସୁବିଧା ଚାଲି ଆସିଛି। କିନ୍ତୁ ସବର୍ଣ୍ଣ ଗରିବଙ୍କ ପାଇଁ କିଛି ବ୍ୟବସ୍ଥା ନ ଥିଲା କିମ୍ୱା କୌଣସି ରାଜନୈତିକ ଦଳ ଚିନ୍ତା ବି କରିନଥିଲେ।

ଭୋଟ ପାଇଁ ମୋଦି ଏତେବଡ଼ ପଦକ୍ଷେପ ପାଇଁ ସିନା ଘୋଷଣା କରିଛନ୍ତି, ହେଲେ ଏହାକୁ କେତେଦୂର କାର୍ଯ୍ୟକାରୀ କରିପାରିବେ ତାହା ହେଉଛି ବଡ଼ ପ୍ରଶ୍ନ। ଏଥିପାଇଁ ତାଙ୍କୁ ସମ୍ବିଧାନର ସଂଶୋଧନ କରିବାକୁ ହେବ। ଏଭଳି ଏକ ନିଷ୍ପତ୍ତି କରି ସମଗ୍ର ଦେଶବାସୀଙ୍କୁ ଓ ରାଜନୈତି ଦଳକୁ ମୋଦି ଚକିତ କରିଦେଇଛନ୍ତି।

ସମ୍ବିଧାନ ପ୍ରଣୟନ ପରଠାରୁ ଆଜି ପର୍ଯ୍ୟନ୍ତ କେହି ସବର୍ଣ୍ଣଙ୍କ ସଂରକ୍ଷଣ କଥା ଚିନ୍ତା କରି ନ ଥିଲେ। ଦେଶରେ ବହୁ ସବର୍ଣ୍ଣ ଅଛନ୍ତି ଯେଉଁମାନଙ୍କର ଆର୍ଥିକ ସ୍ଥିତି ଏତେ ଦୟନୀୟ ଯେ, ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କଠାରୁ ମଧ୍ୟ ବହୁ ତଳେ। ବ୍ରାହ୍ମଣ, କରଣ, କ୍ଷତ୍ରୀୟମାନେ ଏହାଦ୍ୱାରା ମୁଖ୍ୟତଃ ଉପକୃତ ହେବ। ଏଥିରେ ସମସ୍ତେ ନୁହେଁ ଯେଉଁମାନଙ୍କର ବାର୍ଷିକ ଆୟ ୮ ଲକ୍ଷରୁ କମ ହୋଇଥିବ ଓ ୫ ଏକରରୁ କମ ଜମି ଥିବ ସେହିମାନେ ହିଁ ଏହି ସଂରକ୍ଷଣ ସୁବିଧା ପାଇବେ।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ:

Leave a Reply

Your email address will not be published. Required fields are marked *