ଫେବୃଆରୀ ପହିଲାରୁ କେନ୍ଦ୍ରୀୟ ନିଯୁକ୍ତିରେ ୧୦% ସଂରକ୍ଷଣ ସୁବିଧା
ଆଗାମୀ ନିର୍ବାଚନରେ ବିଜୟ ହାସଲ ପାଇଁ ମୋଦି ସରକାର ତରବରରେ ସମାଜୀ ଉଚ୍ଚବର୍ଗ ଗରିବ ଲୋକମାନଙ୍କ ପାଇଁ ଯେଉଁ ୧୦% ସଂରକ୍ଷଣ ଆଇନ କରିଛନ୍ତି ଆସନ୍ତା ଫେବୃଆରୀ ପହିଲାରୁ ତାହା ଲାଗୁହେବ। କେନ୍ଦ୍ରୀୟ ସରକାରୀ ନିଯୁକ୍ତିରେ ସାଧାରଣ ବର୍ଗଙ୍କ ପିଲାମାନଙ୍କୁ ୧୦% ସଂରକ୍ଷଣ ସୁବିଧା ମିଳିବ । ଏଥିପାଇଁ କେନ୍ଦ୍ର ତାଲିମ ଓ କାର୍ମିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏସସି, ଏସଟି ଓ ଓବିସି ବର୍ଗ ଲାଗି ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥାରେ ଯେଉଁ ଉଚ୍ଚ ବର୍ଗର ଗରିବ ପ୍ରାର୍ଥୀ ସୁବିଧା ପାଇପାରୁନଥିଲେ ସେମାନେ ଫେବୃଆରୀ ୧ ତାରିଖରୁ ଉପକୃତ ହେବେ । ସଂରକ୍ଷଣ ସୁବିଧା ପାଇଁ ପରିବାର ପକ୍ଷରୁ ଆବେଦନ କରିବାକୁ ହେବ । ଯେଉଁ ପ୍ରାର୍ଥୀମାନେ ସଂରକ୍ଷଣ ସୁବିଧା ପାଇବା ପାଇଁ ଆବେଦନ କରିପାରିବେ ସେମାନଙ୍କ ପରିବାରର ବାର୍ଷିକ ଆୟ ୮ଲକ୍ଷ ଟଙ୍କାରୁ କମ ହୋଇଥିବ । ଯେଉଁ ପରିବାରର ଗ୍ରାମାଞ୍ଚଳରେ ୫ ଏକରରୁ ଅଧିକ ଚାଷଜମି କିମ୍ବା ହଜାରେ ବର୍ଗଫୁଟରୁ ଅଧିକ ଜମିରେ ବାସଗୃହ ଥିବ ସେମାନେ ଏହି କୋଟା ପାଇପାରିବେ ନାହିଁ ।