ଦିନକରେ ୧୦ କରୋନା ପଜିଟିଭ୍‌, ସୁସ୍ଥ ହେଲେ ୨; ରାଜ୍ୟ ସଂଖ୍ୟା ୧୧୮

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୧୮ ହୋଇଛି।  ଏମାନଙ୍କ ଭିତରୁ ୩୭ଜଣ ସୁସ୍ଥ ହୋଇଥିବା ବେଳେ ୮୦ ଜଣଙ୍କ ଚିକିତ୍ସା ଜାରି ରହିଛି। ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ରୋଗୀ ସୁସ୍ଥ ହେବା ପରେ ମୃତ୍ୟୁ ଶିକାର ହୋଇଛନ୍ତି। ଏହା ଅନ୍ୟ ରୋଗ ଦ୍ଵାରା ହୋଇଥିବା ରାଜ୍ୟ ସରକାର କହିଛନ୍ତି।

ବିଗତ ୨୪ ଘଣ୍ଟା ଭିତରେ ୧୦ ଜଣ ନୁଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସବୁଠାରୁ ଗୁରୁତ୍ଵପୂଣ୍ଣ କଥା ହେଲା କୋରାପୁଟର ପ୍ରଥମ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ସେ ଜଣେ ୨୨ ବର୍ଷୀୟ ଷ୍ଟାଫ୍‌ ନର୍ସ। ନିଜ କର୍ତ୍ତବ୍ୟରେ ଯୋଗ ଦେବା ଲାଗି କୋଲକତାରୁ ୧୪ ତାରିଖ ଦିନ ଫେରିଥିଲେ। ଆସିବା ଦିନଠାରୁ କ୍ଵାରେଣ୍ଟିନ୍‌ରେ ଥିଲେ ଏବଂ କର୍ତ୍ତବ୍ୟରେ ଯୋଗ ଦେଇ ନାହାନ୍ତି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନ୍ୟ ୯ ଜଣଙ୍କ ଭିତରେ ବାଲେଶ୍ଵରର ଜଣେ, ଭଦ୍ରକର ୩ଜଣ, ଯାଜପୁରର ୧, ସୁନ୍ଦରଗଡ଼ର ୪ ଜଣଙ୍କୁ ଚିହ୍ନଟ କରାଯାଇଛି।

ଯାଜପୁରର ନବ ଚିହ୍ନିତ କରୋନା ରୋଗୀ ୩୪ ବର୍ଷୀୟ ପୁରୁଷ ଏବଂ ସେ ନିକଟରେ କୋଲକତାରୁ ଫେରିଥିଲେ। ବାଲେଶ୍ଵରର ଏହି ନବ ଚିହ୍ନିତଙ୍କ ବୟସ ୩୨ ବର୍ଷ। ଏହାଙ୍କ ପୂର୍ବରୁ ଗତକାଲି ବାଲେଶ୍ଵରରୁ ୫ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଫଳରେ ବାଲେଶ୍ଵର ସଂଖ୍ୟା ୧୬ରେ ପହଞ୍ଚିଛି। ଏ ସମସ୍ତେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ରେ ଆଉ ୪ଜଣଙ୍କ ନମୁନାରେ କରାନା ଭୁତାଣୁ ଥିବା ନିଶ୍ଚିତ କରାଯାଇଛି। ଏମାନଙ୍କ ବାବଦରେ କୌଣସି ସୂଚନା ମିଳି ନାହିଁ । ଏମାନଙ୍କୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୧୦ ହୋଇଛି। ୩ଜଣ ସୁସ୍ଥ ହୋଇଛନ୍ତି ୭ ଜଣ ଏବେ ଚିକିତ୍ସିତ।

ସୋମବାର ଦିନ ରାଜ୍ୟରେ ଆର୍‌ଟି ପିସିଆର୍‌ ପଦ୍ଧତ୍ତିରେ ୧୫୮୪ ନମୁନା ପରୀକ୍ଷଣ କରାଯାଇଛି। ଏହାଦ୍ଵାରା ପରୀକ୍ଷଣ ସଂଖ୍ୟା ୨୬୬୮୭ରେ ପହଞ୍ଚିଥିବା ସ୍ଵାସ୍ଥ୍ୟ ବିଭାଗ କହିଛନ୍ତି। ଗତକାଲି ସୁଦ୍ଧା ଏହି ପରୀକ୍ଷଣ ସଂଖା ୨୫୧୦୩ ଥିଲା।

ଏବେ ନଜର ପକାନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ କରୋନା ରୋଗୀ  ଏବଂ ସେମାନଙ୍କ ବାବଦୀୟ ତଥ୍ୟ ଉପରେ।

ରାଜ୍ୟରେ କରୋନା ସ୍ଥିତି ସକାଳ୭ ଟା, ଏପ୍ରିଲ୍‌୨୦୨୦

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
ଖୋର୍ଦ୍ଧା ୪୬ ୨୦ ୨୫
ବାଲେଶ୍ଵର ୧୬ ୧୬
ଭଦ୍ରକ ୧୯ ୧୭
ଯାଜପୁର ୧୯ ୧୮
ସୁନ୍ଦରଗଡ଼ ୧୦
କେନ୍ଦ୍ରାପଡ଼ା
କଳାହାଣ୍ଡି
ପୁରୀ
କଟକ
ଢେଙ୍କାନାଳ

 

କୋରାପୁଟ
ସମୁଦାୟ ୧୧୮ ୩୭ ୮୦

 

  • ଜଣଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ଵରର ଏମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘର ଝାରପଡ଼ା ଅଞ୍ଚଳର

Leave a Reply

Your email address will not be published.