ତାମିଲନାଡ଼ୁରେ ଏକ ଲକ୍ଷ ୩୦ ହଜାର ଓଡ଼ିଆ ଶ୍ରମିକ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ତାମିଲ୍ନାଡ଼ୁରେ ଓଡ଼ିଶାର ପ୍ରାୟ ୧ଲକ୍ଷ ୩୦ ହଜାର ଶ୍ରମିକ କରୋନା ହେତୁ ଫଶିଛନ୍ତି। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ଲାଗି ଚେଷ୍ଟା ଚାଲିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାମିଲ୍ନାଡ଼ୁ ମୁଖ୍ୟମନ୍ତ୍ରୀ ପାଲାନିସ୍ଵାମୀ ଏ ବିଷୟରେ ବିଶେଷ ଆଲୋଚନା କରିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ପରାମର୍ଶଦାତା ଆର୍ ବାଲା କ୍ରିଷ୍ଣନ୍ ତାମିଲ୍ନାଡ଼ୁରେ ଅଟକ ଥିବା ଶ୍ରମିକଙ୍କୁ ସୁଚାରୁ ରୂପେ ସମସ୍ତ ପ୍ରେଟେକଲ୍ ସହକାରେ ଓଡ଼ିଶା ଫେରାଇ ଆଣିବା ଲାଗି ସଂଯୋଜନା କରିବେ ବୋଲି ମୁଖ୍ୟମନ୍ତ୍ରୀ ପାଲାନୀ ସ୍ଵାମୀଙ୍କୁ କହିଛନ୍ତି। ଏହି ସମୟରେ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ଥିଲେ। ତିନିଜଣଙ୍କ ଭିତରେ ଭିଡିଓ କନ୍ଫରେନ୍ସିଂ ଜରିଆରେ କଥାବାର୍ତ୍ତା ହୋଇଥିଲା।
ଭିଡିଓ କନ୍ଫରେନ୍ସିଂ ଯୋଗେ କଥା ହେବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ତାମିଲ୍ ନାଡ଼ୁ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଡାଉନ୍ ସମୟରେ ଶ୍ରମିକମାନଙ୍କ ଧ୍ୟାନ ରଖିଥିବା ହେତୁ ଧନ୍ୟବାଦ ପ୍ରଦାନ କରିଥିଲେ। ତାମିଲ୍ ମୁଖ୍ୟମନ୍ତ୍ରୀ ପାଲାନୀ ସ୍ଵାମୀ ଓଡ଼ିଶା ଯିବାକୁ ଚାହୁଁଥିବା ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟ ଫେରିବା ଲାଗି ଆବଶ୍ୟକ ସହଯୋଗ କରାଯିବ ବୋଲି କହିଥିଲେ। ସେ କହିଥିଲେ ଯେ, ତାଙ୍କ ରାଜ୍ୟର ଚେନ୍ନାଇ ଏବଂ ତିରୁପୁର ଜିଲ୍ଲାରେ ବିଶେଷକରି ଓଡ଼ିଆ ଶ୍ରମିକମାନେ କାମ କରୁଛନ୍ତି। ଏମାନଙ୍କ ସଂଖ୍ରା ୧ଲକ୍ଷ ୩୦ ହଜାର ହେବ।
ଚେନ୍ନାଇର ନାନକ କଲେଜରେ ଥିବା ଶିବିରରେ ଥିବା ସଡ଼ିଆ ଶ୍ରମକିଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ।