ନୟାଗଡ଼କୁ କାୟା ବଢ଼ାଇଲା କରୋନା: ସୂରାଟ ଫେରନ୍ତାଙ୍କ ବୟସ ୪୦

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ନୟାଗଡ଼କୁ କାୟା ବିସ୍ତାର କରିଛି କରୋନା ଭୁତାଣୁ। ପ୍ରଥମ କରୋନା ରୋଗୀଙ୍କୁ ଆଜି ଚିହ୍ନଟ କରାଯାଇଛି। ଏହାଦ୍ଵାରା ରାଜ୍ୟର ୧୯ଟି ଜିଲ୍ଲା କରୋନା ଆକ୍ରାନ୍ତ ହୋିଥିବା ବେଳେ ସମୁଦାୟ କରୋନା ଚିହ୍ନିତ ଙ୍କ ସଂଖ୍ୟା ୨୮୯ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୧୦୧ ଜଣ ସୁରାଟ ଫେରନ୍ତା ବୋଲି ଜଣାପଡ଼ିଛି।

ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନୟାଗଡ଼ର ଏହି ପୁରୁଷ ରୋଗୀଙ୍କ ବୟସ ୪୦ ବର୍ଷ।  ସେ ସୁରାଟ୍‌ରୁ ଫେରିବା ପରେ କ୍ଵାରେଣ୍ଟୀନ୍‌ରେ ଥିଲେ।

ସମୁଦାୟ ସୁରାଟ୍‌ ଫେରନ୍ତାଙ୍କ ଭିତରୁ ୮୩ଜଣ ଗଞ୍ଜାମର ହୋଇଥିବା ବେଳେ ମୟୁରଭଞ୍ଜରୁ ୭, କେନ୍ଦ୍ରାପଡ଼ାରୁ ୫, ଭଦ୍ରକରୁ ୩ ବାଲେଶ୍ଵରରୁ ୨ ଏବଂ କଟକରୁ ଜଣେ କରୋନା ରୋଗୀ ସୁରାଟ୍‌ ଫେରନ୍ତା ଅଛନ୍ତି।

Leave a Reply

Your email address will not be published.