ଜଣେ ଭୋଟର ପାଇଁ ଗୋଟିଏ ବୁଥ

ଭାରତୀୟ ଗଣତନ୍ତ୍ରରେ ଗୋଟିଏ ଭୋଟ୍‌ ବି ମୂଲ୍ୟବାନ। ଏହି ଭୋଟ୍‌ କାହାକୁ କ୍ଷମତା ଦେଇପାରେ ତ କେତେବେଳେ ସରକାର ବି ଟଳାଇ ଦେଇପାରେ। ସେଥିପାଇଁ ପ୍ରତି ନାଗରିକଙ୍କୁ ତାଙ୍କ ଗଣତାନ୍ତ୍ରିକ ହକ୍‌ ସାବ୍ୟସ୍ତ କରିବାର ସୁଯୋଗ ଦେବା ଲାଗି ସାମ୍ବିଧାନିକ ବ୍ୟବସ୍ଥା ରହିଛି। ଆଉ ତାହାକୁ ଦାୟିତ୍ଵର ସହ ପରିଚାଳନା କରୁଛନ୍ତି ନିର୍ବାଚନ ଆୟୁକ୍ତ।

ଏହିକ୍ରମରେ ଗୋଟିଏ ଭୋଟରଙ୍କ ପାଇଁ ବି ଗୋଟିଏ ସ୍ଵତନ୍ତ୍ର ବୁଥ୍‌ ବସାଇବାକୁ ପଛଘୁଞ୍ଚା ଦେଇ ନାହାନ୍ତି ନିର୍ବାଚନ ଆୟୁକ୍ତ। ତାହା ପୁଣି ଗିର୍‌ ଜଙ୍ଗଲ ଭିତରେ। ଗୁଜରାଟର ଗିର୍‌ ଜଙ୍ଗଲ ଭିତରେ ରହୁଥିବା ମହନ୍ତ ଭରତ ଦାସ ବାପୁ ହେଉଛନ୍ତି ଏକମାତ୍ର ଭୋଟର ଯାହାଙ୍କ ପାଇଁ ଗୋଟିଏ ବୁଥ ତିଆରି କରାଯାଇଥିଲା ଘଞ୍ଚ ଜଙ୍ଗଲ ଭିତରେ। ସୋମନାଥ ଜିଲ୍ଲାର ବନେଜ୍‌ ଗାଁରେ ସ୍ଥାପିତ ଏହି ବୁଥ ଜୁନାଗଡ଼ ଲୋକସଭା ନିବ;ାଚନ ମଣ୍ଡଳୀ ଅନ୍ତର୍ଗତ। ଏଠାରେ ମହନ୍ତ ଭରତ ଦାସଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେବା ଲାଗି ୭୦ କିଲୋମିଟର ଚାଲି ଚାଲି ଆସିଥଲେ ପୁଲିଂ ପାର୍ଟି। ଜଙ୍ଗଲ ବିଭାଗର ଏକ ଘରେ ଆୟୋଜନ ହୋଇଥିଲା ପୁଲିଂ ବ୍ୟବସ୍ଥା।

ମୋବାଇଲ୍‌ ନେଟ୍‌ୱର୍କ ମିଳୁ ନଥିବାରୁ ସମସ୍ୟା ଘେରରେ ରହିଥିଲେ ପୁଲିଂ ପାର୍ଟି। ପୁଣି ଜଣେ ଭୋଟର ବିଶିଷ୍ଟ ଏହି ବୁଥରେ ସେହି ବ୍ୟକ୍ତିର ଭୋଟ୍‌ ଦେବା ପରେ ବି ପୁଲିଂ ପାଟ;ିଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା ସନ୍ଧ୍ୟା ୬ଟା ଯାଏ।

ମହନ୍ତ ଦାସ ସକାଳୁ ଭୋଟ୍‌ ଦେବା ପରେ ବୁଥର ଆବଶ୍ୟକ ସଂଖ୍ୟା ପୂରଣ ହୋଇଥିଲା। ଅର୍ଥତ୍‌ ବନେଜ୍‌ ନିର୍ବାଚନ ମଣ୍ଡଳୀ ସାରା ଦେଶରେ ଶତ ପ୍ରତିଶତ ମତଦାନ କେନ୍ଦ୍ର ଭାବେ ପରିଚିତ ହାସଲ କରିପାରିଲା।

ଏହି ଅବସରରେ ମହନ୍ତ ଦାସ କହିଛନ୍ତି, ମୋତେ ଭବ୍ୟ ସମ୍ବର୍ଦ୍ଧନାରେ ଭୋଟ୍‌ ପାଇଁ ସ୍ଵାଗତ କରାଯାଇଛି। ପୁଣି ମୋ ପାଇଁ ସରକାର ଏତେ ଖର୍ଚ କରିଛନ୍ତି, ଆମର କର୍ତ୍ତବ୍ୟ ହେଉଛି ମତ ଦାନ କରିବା। ଏହାକୁ ସବୁ ଭୋଟର ବୁଝିବା ଆବଶ୍ୟକ ରହିଛି।

Leave a Reply

Your email address will not be published. Required fields are marked *