ହେଲୋ ପାଳିଲା କିସାନ ଦିବସ ପାଳନ
ଭୁବନେଶ୍ୱର, (ଓଟି): : ସୋସିଆଲ ମିଡିଆ ପ୍ଲାଟଫର୍ମ ହେଲୋ ପକ୍ଷରୁ ଡିାସମ୍ବର ୨୩ ତାରିଖ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜନ୍ମ ଦିବସ ତଥା କିସାନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଅବସରରେ “ସାଲ୍ୟୁଟ ଟୁ ଫାର୍ମର’ ନାମକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ ଜରିଆରେ କଂପାନି ଚାଷୀ ସମ୍ପ୍ରଦାୟର ଉତ୍ସବ ପାଳନ କରୁଛି । ୫୦ ନିୟୁତରୁ ଅଧିକ ବ୍ୟବହାରକାରୀଙ୍କ ବିବିଧ ଗୋଷ୍ଠୀଙ୍କୁ ହେଲୋ ଏହି ଅଭିଯାନ ଜରିଆରେ କୃଷକଙ୍କ ପ୍ରତି ସେମାନଙ୍କ ଭଲ ପାଇବା ପ୍ରଦର୍ଶିତ କରିବା ଲାଗି ଉତ୍ସାହିତ କରୁଛି ।
ତାମିଲନାଡୁର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପନୀରସେଲଭମ୍, ତାମିଲନାଡୁର କୃଷି ଓ ପଶୁ ସମ୍ପଦ ମନ୍ତ୍ରୀ ଆର ଦୋରାଇକାନୁ ଓ ନ୍ୟାୟ ମନ୍ତ୍ରୀ ସି ଭି ସାନଗୁମନଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ୧୧,୦୦୦ରୁ ଅଧିକ ହେଲୋ ବ୍ୟବହାରକାରୀ ସାଲ୍ୟୁଟ ଟୁ ଫାର୍ମର୍ସ ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରି କୃଷକଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି ଓ ଧନ୍ୟବାଦ ଜଣାଇଛନ୍ତି ।
ଏ ସମ୍ପର୍କରେ ନିଜର ମତ ପ୍ରକାଶ କରି ହେଲୋର କଟେଂଟ ଅପରେସନ ମୁଖ୍ୟ ଶ୍ୟାମଙ୍ଗା ବରୋଆହ କହିଛନ୍ତି ଯେ, “ଆମର ବିବିଧ ସମ୍ପ୍ରଦାୟ ସହ ମିଶି କିସାନ ଦିବସ ପାଳନ କରୁଥିବାରୁ ଆମେ ବହୁତ ଉଲ୍ଲସିତ ଏବଂ ଏହି ଅଭିଯାନ ଜରିଆରେ ଆମେ ଚାଷୀମାନଙ୍କୁ ବଡ଼ ଧରଣର ସାଲ୍ୟୁଟ କରିବାକୁ ଚାହୁଁଛୁ । ଅର୍ଥପୂର୍ଣ୍ଣ ଅଭିଯାନ ଜରିଆରେ ହେଲୋ ଲୋକଙ୍କ ଜୀବନରେ ଅଧିକ ମୂଲ୍ୟ ଯୋଡ଼ିବାକୁ ପ୍ରତିବଦ୍ଧ ଏବଂ ସମାଜର କଲ୍ୟାଣ ପାଇଁ ହେଲୋ କେୟାର ପ୍ରୋଜେକ୍ଟ ଅଧୀନରେ ଏ ଦିଗରେ ଆମର ଉଦ୍ୟମକୁ ସଂପ୍ରସାରିତ କରିବା ଜାରି ରଖିବୁ ।’’
ହେଲୋର ବ୍ୟବହାରକାରୀମାନେ ବର୍ତମାନ ସୁଦ୍ଧା ୨୮,୦୦୦ରୁ ଅଧିକ ପୋଷ୍ଟକୁ ୧୪ଟି ଭାରତୀୟ ଭାଷାରେ ସୃଷ୍ଟି କରି ଚାଷୀମାନଙ୍କୁ ପ୍ରଶଂସା କରିଛନ୍ତି । ହେଲୋ କେୟାର ଅଧୀନର ଏହି ଅଭିଯାନ ଆରମ୍ଭ କରାଯାଇଛି ଯାହା ଗ୍ରାହକଙ୍କ ଭଲ ପାଇବା ହାସଲ କରିଛି । ସାଲ୍ୟୁଟ ଟୁ ଫାର୍ମର ଅଭିଯାନରେ ୧୦ ପର୍ଯ୍ୟନ୍ତ ବ୍ୟବହାରକାରୀଙ୍କ ସଂପୃକ୍ତି ଥିବା ଲୋକପ୍ରିୟ ପୋଷ୍ଟଗୁଡ଼ିକୁ ହେଲୋ ଗିଫ୍ଟ ବକ୍ସ ଜରିଆରେ ସମ୍ମାନିତ କରାଯାଉଛି ।