କରୋନା ଯୁଦ୍ଧରେ ଉଦାହରଣ ସାଜିଲେ ୮୨ ବର୍ଷୀୟା ଦର୍ଶିନୀ ଦେବୀ

ବୟସ ୮୨। ବୃଦ୍ଧା ହେଲେବି ଦର୍ଶିନୀ ଦେବୀ କୌଣସି ବୀର ଯୋଦ୍ଧାଠୁ କମ୍‌ ନୁହନ୍ତି। ସାମିଲ୍‌ ହୋଇଛନ୍ତି ଭାରତର କରୋନା ଭୁତାଣୁ ବିରୋଧୀ ଯୁଦ୍ଧରେ।  ଅନେକ ତ୍ୟାଗ ସେ କରିଛନ୍ତି ଭାରତ ମା’ ଲାଗି, ଆଉ ଆଜି ଯେତେବେଳେ ଭାରତ ଏକ ଅଦୃଶ୍ୟ ଶତ୍ରୁ ସହ ଲଢ଼ୁଛି ସେ କେମିତି ଚୁପ୍‌ ରିପାରିଥାଆନ୍ତେ!

ମନେ ପଡ଼ୁଛି ୧୯୬୫, ଭାରତ-ପାକ୍‌ ଯୁଦ୍ଧ କଥା। ଏହି ଯୁଦ୍ଧ ତାଙ୍କ ସ୍ଵାମୀଙ୍କ ଜୀବନ ନେଇଥିଲା। ଭାରତୀୟ ସେନା ବାହିନୀରେ ହାବିଲ୍‌ଦାର ଭାବେ କାର୍ଯ୍ୟରତ ତାଙ୍କ ସ୍ଵାମୀ ବୀର ପୁତ୍ର କେ ଏସ୍‌ ସୌଧଣ। ଶତ୍ରୁ ପକ୍ଷର ଗୁଳିରେ ସେ ବୀରଗତି ଲାଭ କରିଥିଲେ। ସେବେଠାରୁ ଉତ୍ତରାଖଣ୍ଡର ଅନୁସୂୟା ଟାଉନ୍‌ରେ ସେ ସ୍ଵାମୀଙ୍କ ପେନ୍‌ସନ୍‌ ଟଙ୍କାରେ ଚଳି ଆସୁଛନ୍ତି। ଯାହାକିଛି  ସଞ୍ଚୟ ରଖିଥିଲେ ଏହି ପରିଣତ ବୟସରେ ସେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗଠିତ ସ୍ଵତନ୍ତ୍ର କରୋନା ପାଣ୍ଠି ‘ପିଏମ୍‌ କ୍ରୋରସ୍‌’କୁ ଦାନ କରିଛନ୍ତି। ଏହି ଦାନ ପରିମାଣ ବି କମ୍‌ ନୁହେଁ, ୨ ଲକ୍ଷ ଟଙ୍କା।

ଦର୍ଶିନୀ ଦେବୀଙ୍କ ଏହି ମହାନତାକୁ ଦେଖି ଆଜି ସବୁ ମହଲରେ ପ୍ରଶଂସା ଶୁଣିବାକୁ ମିଳୁଛି। ସିଡିଏସ୍‌ ବିପିନ୍‌ ରାୱତ୍‌ କହିଛନ୍ତି ଦର୍ଶିନୀ ସତରେ ଜଣେ ଦେବୀ। ସେ ସମଗ୍ର ଭାରତ ବର୍ଷ ପାଇଁ ଜଣେ ଆଦର୍ଶ, ଉଦାହରଣ।

Leave a Reply

Your email address will not be published.