ଶୀତଦିନେ ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ପାଇଁ ସରଳ ଟିପ୍ସ
ଶୀତଦିନରେ ଆଣ୍ଡୁଗଣ୍ଠି ଦରଜ ଅନ୍ୟ ଏକ ପ୍ରମୁଖ ସମସ୍ୟା । ଏଥିରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ବ୍ୟକ୍ତି ପେନ୍କିଲର୍ ଖାଇଥାନ୍ତି କିମ୍ବା ବିିଭନ୍ନ ପ୍ରକାର ବାମ୍ ଓ ତୈଳ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ସାମୟିକ ଭାବେ ଦରଜ କମାଇଥାଏ । ଶୀତଦିନେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ କେବଳ ଗୋଟିଏ ଯୋଗାସନ କରନ୍ତୁ । ଏହା ଅତ୍ୟନ୍ତ ଲାଭପ୍ରଦ। ତେବେ ଆସନ୍ତୁ ଜାଣିବା –
ଆଣ୍ଠୁଗଣ୍ଠି ଦରଜକୁ ଦୂର କରିବା କ୍ଷେତ୍ରରେ ‘ବଜ୍ରାସନ’ ସବୁଠାରୁ ଲାଭଦାୟକ । ଏହା ଅତ୍ୟନ୍ତ ସହଜ ଓ ସରଳ ମଧ୍ୟ । ଏହି ଯୋଗାସନ ପାଇଁ ଆପଣ ଏକ ସମତଳ ସ୍ଥାନରେ ବସି ଆଣ୍ଠୁମାଡ଼ି ବସନ୍ତୁ । ଯେପରି ଆପଣଙ୍କ ପାଦ ପଛରେ ରହିବ ଏବଂ ପାଦର ସମସ୍ତ ଆଙ୍ଗୁଠିକୁ ସମାନ୍ତରାଳ ଭାବେ ଯୋଡ଼ି ରଖନ୍ତୁ ।
ଦୁଇଟି ହାତକୁ ଦୁଇ ଜଙ୍ଘ ଉପରେ ସିଧା କରି ରଖନ୍ତୁ । ଏହି ମୁଦ୍ରାରେ କିଛି ସମୟ ଆପଣ ନିଜ ଶରୀରକୁ ହାଲ୍କା ଅନୁଭବ କରନ୍ତୁ ଏବଂ ଗଭୀର ନିଃଶ୍ୱାସ ନିଅନ୍ତୁ । ଏହି ସମୟରେ ମେରୁଦଣ୍ଡ ଯେପରି ସିଧା ରହିବ ସେଥିପ୍ରତି ଧ୍ୟାନ ରଖନ୍ତୁ । ପ୍ରତ୍ୟହ ପାଞ୍ଚ ମିନିଟ ଏହି ଯୋଗାସନ କରନ୍ତୁ । ଏହାଦ୍ୱାରା ଆଣ୍ଠୁଗଣ୍ଠି ଦରଜ ସମ୍ପୂର୍ଣ୍ଣ ଉପଶମ ହେବା ସହିତ ପେଟଜନିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।