୧୪୪ କୋଟିର ଘର କିଣିଲେ ପିସି
ଦେଶୀଗାର୍ଲରୁ ଗ୍ଲୋବାଲ୍ ତାରକା ଭାବେ ନିଆରା ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଓରଫ୍ ପିସିଙ୍କ ଗୋଟିଏ ବଡ଼ ସ୍ୱପ୍ନ ପୁରଣ ହୋଇଛି । କୌଣସି ନା କୌଣସି କାରଣ ପାଇଁ ସୋସିଆଲ୍ ମିଡିଆର ଚର୍ଚ୍ଚାରେ ରହିଆସିଥିବା ପିସି ଏବେ ଗୋଟିଏ ନୂଆ ଘର କିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହି ନୂଆ ଘରର ଦାମ୍ ହେଉଛି ୧୪୪ କୋଟି ଟଙ୍କା । ଖବର ଅନୁଯାୟୀ ପିସି ଓ ନିକ୍ ଆମେରିକାର ଲସ୍ ଆଞ୍ଜେଲସ୍ ଠାରେ ଏହି ନୂଆ ଘର କିଣିଛନ୍ତି ।
୨୦,୦୦୦ ବର୍ଗଫୁଟ ବିଶିଷ୍ଠ ଏହି ଘରେ ୭ଟି ବେଡରୁମ୍, ୧୧ଟି ବାଥରୁମ୍, ପ୍ଲେ ଗ୍ରାଉଣ୍ଡ ଓ ବଡ଼ ପାର୍କ ରହିଛି । ଅତ୍ୟାଧୁନିକ ସୁଖସୁବିଧାରେ ଭରପୁର ଏହି ଘର ସମ୍ପର୍କରେ ପିସିଙ୍କ ମା’ ମଧୁ ଚୋପ୍ରା ମିଡିଆକୁ ଜଣାଇଥିଲେ । ଘର କିଣିବା ଓ ମା’ ହେବା ପିସିଙ୍କ ସ୍ୱପ୍ନ ତାଲିକାରେ ରହିଛି । ତେଣୁ ଘର କିଣିବା ପରେ ପିସି ବେଶ୍ ଖୁସି ଅଛନ୍ତି ଏବଂ ତାଙ୍କର ଗୋଟିଏ ବଡ଼ ସ୍ୱପ୍ନ ପୁରଣ ହୋଇଯାଇଛି ବୋଲି ସେ କହିଛନ୍ତି । ପିସିଙ୍କ ସହିତ ତାଙ୍କର ପ୍ରଶଂସକ ମହଲରେ ମଧ୍ୟ ଏହାକୁ ନେଇ ଖୁସିର ଲହରୀ ଖେଳିଯାଇଛି ।