ହେଲଥ୍ ଟିପ୍ସ- ଖାଲିପେଟରେ କରନ୍ତୁ ନାହିଁ ଏହିସବୁ କାମ
ଏକ ସୁସ୍ଥ ଶରୀର ଏକ ସୁସ୍ଥ ମନ ଗଠନ କରିଥାଏ । ସୁସ୍ଥ ମାନସିକତା ବ୍ୟକ୍ତିତ୍ୱର ବିକାଶ ରେ ସହାୟକ ହୋଇଥାଏ । ତେଣୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳ ହେବା ପାଇଁ ସ୍ୱାସ୍ଥ୍ୟବାନ୍ ହେବା ନିହାତି ଆବଶ୍ୟକ । ଏଥିପାଇଁ ଦରକାର ହୋଇଥାଏ ସନ୍ତୁଳିତ ଖାଦ୍ୟ ଓ ସଠିକ୍ ପରିମାଣରେ ବ୍ୟାୟାମ । କିନ୍ତୁ ଏସବୁ ବ୍ୟତୀତ ଦୈନନ୍ଦୀନ ଜୀବନଚର୍ଯ୍ୟାରେ ଆମେ ଅଜାଣତରେ ଏଭଳି କିଛି ଭୁଲ୍ କରି ବସୁ, ଯାହା ଦ୍ୱାରା ସ୍ୱାସ୍ଥ୍ୟହାନୀ ଘଟିଥାଏ ଏବଂ ଆମେ ରୋଗଗ୍ରସ୍ତ ହୋଇଥାଉ। ଏଭଳି କିଛି କାମ ରହିଛି, ଯାହାକୁ ଖାଲିପେଟରେ କରିବା ଉଚିତ୍ ନୁହେଁ। କାରଣ ଏହା ଫଳରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତାହେଲେ ସେହିସବୁ କାମ କ’ଣ ଆସନ୍ତୁ ଜାଣିବା –
୧- ସକାଳୁ ଉଠିବା ପରେ ପ୍ରଥମେ ଚାହା କିମ୍ବା କଫି ପିଅନ୍ତୁ ନାହିଁ । ଏହାଦ୍ୱାରା ଏସିଡିଟି ବା ଗ୍ୟାସ୍ ସମସ୍ୟା ଅଧିକ ହୋଇଥାଏ । ତେଣୁ ଚାହା କିମ୍ବା କଫି ସେବନ ପୂର୍ବରୁ ଉଷୁମ ପାଣି ପିଅନ୍ତୁ କିମ୍ବା କିଛି ହାଲ୍କା ଖାଦ୍ୟ ଖାଆନ୍ତୁ । ଖାଲିପେଟରେ ଅଧିକ ପାଣି ପିଅନ୍ତୁ ନାହିଁ।
୨- ସକାଳର ବ୍ରେକ୍ଫାଷ୍ଟ୍ କିମ୍ବା ଲଂଚ୍ରେ ଅଧିକ ମସଲାଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ।
୩- ଖାଲିପେଟରେ ଯାତ୍ରା ଆରମ୍ଭ କରନ୍ତୁ ନାହିଁ । ଏହା ଫଳରେ ମୁଣ୍ଡ ବୁଲାଇହେବା କିମ୍ବା ବାନ୍ତି ହେବା ସମସ୍ୟା ଦେଖାଦେଇଥାଏ । ଶୀଘ୍ର ହଜମ ହେବା ଭଳି ଖାଦ୍ୟ ଖାଇବା ଦ୍ୱାରା ସମସ୍ତ ପ୍ରକାର ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ ।