ସୂଚନା ଅଧିକାର ସଂଶୋଧନ ବିଲ୍‌କୁ ସଂସଦର ମୋହର

ଭୁବନେଶ୍ଵର, (ଓଟି): ସୂଚନା ଅଧିକାର ଆଇନ ୨୦୦୫ର ସଂଶୋଧନ ପାଇଁ କେନ୍ଦ୍ର ସରକାର ଆଣିଥିବା ସଂଶୋଧନ ବିଲ୍‌-୨୦୧୯ ଉଭୟ ରାଜ୍ୟସଭା ଓ ଲୋକସଭାରେ ପାରିତ ହୋଇଛି। ଏହାଦ୍ଵାରା କେନ୍ଦ୍ର ସରକାର କେନ୍ଦ୍ର ମୁଖ୍ୟ ସୂଚନା ଆ୍ରୁକ୍ତ, ସୂଚନା ଆୟୁକ୍ତ ତଥା ରାଜ୍ୟରେ ନିଯୁକ୍ତ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ଆୟୁକ୍ତଙ୍କ ନିଯୁକ୍ତି, କାର୍ଯ୍ୟକାଳ, ଦରମା ଓ ଅନ୍ୟ ସର୍ତ୍ତାବଳୀ ଉପରେ ଅଙ୍କୁଶ ଲଗାଇବାର ସୁଯୋଗ ଲାଭ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ଵରେ ଥିବା ରାଜ୍ୟ ପାହ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହିବିଲ୍‌କୁ ସଂସଦରେ ଆଗତ କରିଥିଲେ। ପ୍ରଥମେ ଲୋକସଭାରେ ଏହା ପାରିତ ହେବାପରେ ରାଜ୍ୟସଭାକୁ ତାହା ପଠାଯାଇଥିଲା। ରାଜ୍ୟସଭାରେ ଶାସକ ଦଳର ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ କଂଗ୍ରେସ ବିରୋଧୀ କିଛଇ ଦଳ ଏନ୍‌ଡିଏ ସରକାରଙ୍କୁ ସମଥନ କରିବାରୁ ବିଲ୍‌ଟି ପାରିତ ହୋଇପାରିଛି।

ଏହି ବିଲ୍‌ ପାଇଁ ଭୋଟ୍‌ଗ୍ରହଣ ହେଉଥିବାବେଳେ କଂଗ୍ରେସ, ତୃଣମୂଳ ଏବଂ ବାମପନ୍ଥୀ ପର୍ଟିମାନେ ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ କକ୍ଷତ୍ୟାଗ କରିଥିଲେ। ବିଲ୍‌ ବାବଦରେ ସେମାନେ ଅଧିକ ଆଲେଶଚନା ପାଇଁ ତାହାକୁ ସିଲେକ୍ଟ କମିଟିକୁ ପଠାଇବା ଲାଗି ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଥିଲା।

Leave a Reply

Your email address will not be published. Required fields are marked *