ସିଦ୍ଧୁଙ୍କୁ ବାହାର ରାସ୍ତା ଦେଖାଇଲେ ସଲ୍ଲୁ ଭାଇଜାନ୍
ପୁଲୱାମା ଆଟାକ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏବେ ସିଦ୍ଧୁଙ୍କୁ ବୟକଟ୍ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ଟେଲି ଦୁନିଆର ଲୋକପ୍ରିୟ କମେଡ଼ି ଶୋ’ ‘ଦ କପିଲ୍ ଶର୍ମା ଶୋ’ରୁ ସିଦ୍ଧୁଙ୍କୁ ହଟାଇବାକୁ ଦାବି ହେଉଥିବା ଖବର ଚର୍ଚ୍ଚାରେ ଥିବାବେଳେ କପିଲ୍ ମଧ୍ୟ ସିଦ୍ଧୁଙ୍କୁ ପରୋକ୍ଷ ଭାବରେ ସମର୍ଥନ ଦେଉଛନ୍ତି ବୋଲି ଏବେ ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି ହୋଇଛି । ତେଣୁ ସିଦ୍ଧୁଙ୍କ ସହିତ ଏବେ କପିଲଙ୍କୁ ମଧ୍ୟ ଶୋ’ରୁ ବହିଷ୍କାର କରିବା ସହ ଏହି ଶୋ’ ନ ଦେଖିବା ପାଇଁ ବିରୋଧାତ୍ମକ ସ୍ୱର ଦିନକୁ ବଢିବାରେ ଲାଗିଛି ।
ଏଭଳି ପରସ୍ଥିତିରେ ଶୋ’ର ପ୍ରଯୋଜକ ସଲ୍ଲୁ ଭାଇଜାନ୍ ସିଦ୍ଧୁଙ୍କୁ ଯଥାଶୀଘ୍ର ରିଜାଇନ୍ ଦେବା ପାଇଁ କହିଛନ୍ତି । ଜଣେ ବ୍ୟକ୍ତିଙ୍କ ପାଇଁ ଶୋ’ର ଟିଆରପି ନଷ୍ଟ କରିବାକୁ ସଲ୍ଲୁ ଚାହୁଁନାହାନ୍ତି । କିନ୍ତୁ ଚ୍ୟାନେଲ୍ ପକ୍ଷରୁ ଏହି ମାମଲାକୁ ସମୟ ଉପରେ ଛାଡ଼ି ଦିଆଯାଇଛି । କାରଣ କପିଲଙ୍କ ମନ୍ତବ୍ୟ ମଧ୍ୟ ସିଦ୍ଧୁଙ୍କୁ ପରୋକ୍ଷ ଭାବେ ସମର୍ଥନ କରୁଛି । ତେଣୁ ଦର୍ଶକଙ୍କ ଦାବି ଅନୁଯାୟୀ ସିଦ୍ଧୁଙ୍କ ସହିତ କପିଲ୍ଙ୍କୁ ମଧ୍ୟ ଶୋ’ରୁ ବାହାର କରିବାକୁ ହେବ । କପିଲଙ୍କୁ ଶୋ’ରୁ ବାହାର କରିବା ଅର୍ଥ ଶୋ’କୁ ବନ୍ଦ କରିବା । ତେଣୁ ସିଦ୍ଧିଙ୍କୁ ଶୋ’ରୁ ବାହାର କରିବା ମାମଲା ଏବେ ହୋଲ୍ଡ ହୋଇରହିଛି । ତେବେ ସିଦ୍ଧୁ ଶୋ’ରୁ ବାହାର ହେବେ କି ନାହିଁ, ତାହା କେବଳ ସମୟ କହିବ ।