ଲକ୍‍ଡାଉନରେ ଭୋଜନ ସେବା: ତିନି କୋଟି ମାଗଣା ଭୋଜନ ବାଣ୍ଟିବ ‘ମିଶନ ଅନ୍ନ ସେବା’

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‍): କରୋନା ମହାମାରୀ ପରି ବିପର୍ଯ୍ୟୟ ସମୟରେ ଫ୍ରଣ୍ଟଲାଇନ୍‍ ୱାର୍କର, ଦିନମଜୁରି, ବଞ୍ଚିତ ଗୋଷ୍ଠୀଙ୍କ ପାଖରେ ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ୍ ମିଶନ୍ ଅନ୍ନସେବା ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି ରିଲାଏନ୍ସ ଫାଉଣ୍ଡେସନ୍ । ଏହି ଯୋଜନା ଅଧୀନରେ ସାରା ଭାରତବର୍ଷରେ ୩ କୋଟି ମାଗଣା ଭୋଜନ ପାଇଁ ବ୍ୟବସ୍ଥା କରାଯାଉଛି । ଏ ଭିତରେ ଭାରତର ୧୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୬୮ଟି ଜିଲ୍ଲାରେ ୨ କୋଟି ଭୋଜନ ବିତରଣ କରିସାରିଛି ରିଲାଏନ୍ସ ଫାଉଣ୍ଡେସନ୍ ।
ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ (ଆରଆଇଏଲ୍‌)ର ଦାତବ୍ୟ ଅଙ୍ଗ ଭାବେ ପରିଚିତ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ପରିଚାଳିତ ଏହି ଭୋଜନ ବିତରଣ କାର୍ଯ୍ୟକ୍ରମର ନାମ ରହିଛି ମିଶନ ଅନ୍ନ ସେବା । ଏହା ଏବେ ବିଶ୍ୱରେ କୌଣସି କର୍ପୋରେଟ୍ ଦ୍ୱାରା ହାତକୁ ନିଆଯାଇଥିବା ସବୁଠାରୁ ବଡ଼ ଭୋଜନ ବିତରଣ କାର୍ଯ୍ୟକ୍ରମ ହେବାକୁ ଯାଉଛିି ବୋଲି ଫାଉଣ୍ଡେସନ୍‍ ଦାବି କରିଛି ।
ରିଲାଏନ୍ସ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ନିତା ଅମ୍ବାନୀ ଏହି ଅବସରରେ କହିଛନ୍ତି, “କୋଭିଡ୍‌-୧୯ ହେଉଛି ବିଶ୍ୱ, ଭାରତ ତଥା ମାନବ ଜାତି ପାଇଁ ଏକ ଅପ୍ରତ୍ୟାଶିତ ମହାମାରୀ । ଭାରତ ଏହାର ଲକ୍‌ଡାଉନ୍ ସମୟକୁ ସମ୍ପ୍ରସାରଣ କରିଥିବା ବେଳେ ଆମେ ସେହି ଦିନମଜୁରିଆଙ୍କ କଥା ଚିନ୍ତା କରୁଛୁ ଯେଉଁମାନେ ସେମାନଙ୍କ ପରବର୍ତ୍ତୀ ଭୋଜନ ପାଇଁ କାମ ଖୋଜିଥାନ୍ତି । ମିଶନ ଅନ୍ନ ସେବା ମାଧ୍ୟମରେ ଆମେ ଦେଶର ଏହିପରି ଗୋଷ୍ଠୀ, କରୋନା ସହ ଲଢ଼େଇ କରୁଥିବା କର୍ମଜୀବୀ (ଫ୍ରଣ୍ଟଲାଇନ୍ ୱାର୍କର୍ସ) ମାନଙ୍କ ପାଇଁ ୩ କୋଟି ଭୋଜନ ପ୍ରଦାନ ବ୍ୟବସ୍ଥା କରିବୁ ।’
ଏହି କାର୍ଯ୍ୟକ୍ରମ ଅଧୀନରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ରନ୍ଧା ଖାଦ୍ୟ ସହ ରେଡିଟୁ ଇଟ୍ ଫୁଡ୍ ପ୍ୟାକେଟ୍‌, ବଂଚିତ ପରିବାରମାନଙ୍କ ପାଇଁ ଶୁଖିଲା ଖାଦ୍ୟସାମଗ୍ରୀ ଏବଂ ଗୋଷ୍ଠୀ ରୋଷେଇଶାଳାକୁ ଶୁଖିଲା ରାସନ୍ କିଟ୍ ପ୍ରଦାନ କରାଯାଉଛି । ଦିନମଜୁରିଆ ମାନଙ୍କ ଠାରୁ ଆରମ୍ଭ କରି ବସ୍ତି ବାସିନ୍ଦା, ସହରାଂଚଳରେ ବିଭିନ୍ନ ସେବା ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ, କାରଖାନା ଶ୍ରମିକ, ବୃଦ୍ଧାଶ୍ରମ ଏବଂ ଅନାଥାଶ୍ରମ ଗୁଡିକର ଅନ୍ତେବାସୀ ଯାଏ ଏହି ଯୋଜନାର ହିତାଧିକାରୀ ହୋଇପାରିଛନ୍ତି । ସେହିପରି ଯେଉଁମାନେ କରୋନା ସହ ଲଢ଼େଇରେ ସମ୍ମୁଖ ଭାଗରେ ରହି ଲଢ଼ୁଛନ୍ତି ଯେମିତି ଜୁନିୟର ମେଡିକାଲ୍ ଷ୍ଟାଫ୍‌, ପୁଲିସ କର୍ମଚାରୀ ଓ ସୁରକ୍ଷା ବଳକୁ ଫାଉଣ୍ଡେସନ୍ ପକ୍ଷରୁ ଭୋଜନ ପ୍ରଦାନ କରାଯାଉଛି । ବିଭିନ୍ନ ସ୍ଥାନରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଖାଦ୍ୟ ଟୋକନ ପ୍ରଦାନ କରାଯାଉଛି ଯାହାକୁ ଦେଖାଇ ରିଲାଏନ୍ସ ରିଟେଲ୍ ଷ୍ଟୋର ସମୂହ ଯେମିତି ରିଲାଏନ୍ସ ଫ୍ରେଶ୍‌, ରିଲାଏନ୍ସ ସ୍ମାର୍ଟ ସୁପର ଷ୍ଟୋର, ରିଲାଏନ୍ସ ସ୍ମାର୍ଟ ପଏଣ୍ଟ ଏବଂ ସହକାରୀ ଭଣ୍ଡାର ଇତ୍ୟାଦିରୁ ହିତାଧିକାରୀ ଖାଦ୍ୟ ସାମଗ୍ରୀ ସଂଗ୍ରହ କରିପାରିବେ ।
ଏକି ଲକ୍‌ଡାଉନ୍ ସମୟରେ ଯେମିତି କୌଣସି ଭାରତୀୟ ଭୋକିଲା ନରୁହନ୍ତି ସେଥିଲାଗି ରିଲାଏନ୍ସ ଫାଉଣ୍ଡେସନ୍ କର୍ମଚାରୀଙ୍କ ସହ ସମଗ୍ର ରିଲାଏନ୍ସ ପରିବାର କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *