ରୋଷେଇ – ମଟର ଖିରି
ଆବଶ୍ୟକୀୟ ଜିନିଷ – ୧/୨ କପ୍ ଗ୍ରୀନ୍ ମଟର, ୪ବଡ଼ ଚାମଚ ଘିଅ, ୧/୨ ଲିଟର୍ ଖିର, କିଛି କିସମିସ୍, କିଛି ଅଳେଇଚ, ଚିନି, କିଛି ପିସ୍ତା ଓ ସଜାଇବା ପାଇଁ କିଛି ଭଜା କାଜୁ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟରକୁ ଭଲ ଭାବେ ସିଝାନ୍ତୁ । ସିଝିବା ପରେ ତାହାର ପେଷ୍ଟ୍ ବନାନ୍ତୁ । ଏହାପରେ ଧିମା ଆଂଚରେ କରେଇ ବସାଇ ମଟର ଓ ଖିର ପକାଇ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହା କରେଇରେ ନଲାଗିବା ପାଇଁ କିଛି ସମୟ ବ୍ୟବଧାନରେ ଚଲାନ୍ତୁ । ଖିର ଫୁଟି ଅଧା ହୋଇଯିବା ପରେ ଚିନି, ଅଳେଇଚ ପାଉଡର୍, କିସମିସ୍ ଓ ପିସ୍ତାକୁ କାଟି ପକାନ୍ତୁ । ଏହାକୁ ଭଲ ଭାବେ ମିଶାଇ ଧିମା ଆଂଚରେ ୩-୪ ମିନିଟ୍ ପର୍ଯ୍ୟନ୍ତ କୁକ୍ କରନ୍ତୁ । ପ୍ରସ୍ତୁତ ହୋଇଗଲା ମଟର ଖିରି । ଏହା ଥଣ୍ଡା ହେବା ପରେ ଫ୍ରିଜରେ ରଖନ୍ତୁ । ସର୍ଭ କରିବା ସମୟରେ ଏହା ଉପରେ ଭଜା କାକୁ ପକାଇ ପରଷନ୍ତୁ ।