ରୋଷେଇ – ବାଦାମୀ କୁନ୍ଦୁରି
ଆବଶ୍ୟକୀୟ ଜିନିଷ – କୁନ୍ଦୁରି ୩୦୦ ଗ୍ରାମ୍, ୩ ଚାମଚ ବାଦାମ୍ ମଞ୍ଜି, ଗୋଟା ଧନିଆ ୧ ଚାମଚ, ସୋରିଷ ୨ ଚାମଚ, ଜିରା ୧ ଚାମଚ, ରସୁଣ ୭କୋଲା, ସୋରିଷ ୧/୨ ଚାମଚ, ଜିରା ୧/୨ ଚାମଚ, ଶୁଖିଲା ଲଙ୍କା ୨ଟି, ୧/୨ ଚାମଚ ଲଙ୍କା ଗୁଣ୍ଡ, ୧/୨ ଚାମଚ ହଳଦି ଗୁଣ୍ଡ, ତେଲ ୩ ଚାମଚ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ବାଦାମ୍, ଧନିଆ, ସୋରିଷ, ଜିରା ଓ ରସୁଣକୁ ଗ୍ରାଇଣ୍ଡ୍ କପରେ ପାଣି ପକାଇ ୧୦ ମିନିଟ୍ ଭିଜାଇ ଦିଅନ୍ତୁ । ଏହି ସମୟ ଭିତରେ କୁନ୍ଦୁରିକୁ ଭଲ ଭାବେ ଧୋଇ ଗୋଲ୍ ଆକାରର ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ତା’ପରେ ଗ୍ରାଇଣ୍ଡ୍ କପରେ ଭିଜା ହୋଇଥିବା ସାମଗ୍ରୀକୁ ଭଲ ଭାବେ ଗ୍ରାଇଣ୍ଡ କରି ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାପରେ କରେଇ ବସାଇ ସେଥିରେ ତେଲ ଦିଅନ୍ତୁ । ଏହାପରେ ସୋରିଷ, ଜିରା ଓ ଶୁଖିଲା ଲଙ୍କା ପକାଇ ଛୁଙ୍କ କରନ୍ତୁ । ଛୁଙ୍କ ସରିବା ପରେ ସେଥିରେ କୁନ୍ଦୁରି ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ବାଦାମ୍ ପେଷ୍ଟକୁ କୁନ୍ଦୁରିରେ ପକାଇ ଭଲ ଭାବେ ଗୋଲାଇ ଦିଅନ୍ତୁ ଏବଂ ଗ୍ରାଇଣ୍ଡ୍ କପ୍ରେ ଥିବା ବକଳା ପେଷ୍ଟକୁ ଅଳ୍ପ ପାଣି ଦେଇ କୁନ୍ଦୁରିରେ ପକାନ୍ତୁ । ମନେ ରଖନ୍ତୁ ଏଥିରେ ଅଧିକ ପାଣି କିମ୍ବା କମ୍ ପାଣି ଦେବେ ନାହିଁ । ପାଣିର ମାପ ସମାନ ରଖନ୍ତୁ ।