ରୋଷେଇ – ଚକୋଲେଟ୍ କୁକିଜ୍
ଆବଶ୍ୟକୀୟ ଜିନଷ – ୧୪୦ ଗ୍ରାମ୍ ଲହୁଣୀ, ଗୋଟିଏ ଅଣ୍ଡା, ୧ କପ୍ ମଇଦା, ୧/୨ ଟିସ୍ପୁନ୍ ବେକିଙ୍ଗ୍ ସୋଡ଼ା, ୧ କପ୍ ଚକୋଲେଟ୍ ଚିପ୍ସ, ୧ କପ୍ ଚିନି, ୧ ଟିସ୍ପୁନ୍ ଭାନିଲା ଏକ୍ସଟ୍ରାକ, ୩ ଟେବୁଲସ୍ପୁନ୍ କୋକୋଆ ପାଉଡର୍ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବଡ଼ ବାଉଲରେ ଲହୁଣୀ ଓ ଚିନିକୁ ନେଇ ଭଲ ଭାବେ ଫେଣ୍ଟି ଦେଇ ଏକ ସ୍ମୁଥ୍ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଆଉ ଗୋଟିଏ ବାଉଳରେ ଅଣ୍ଡାକୁ ଭଲ ଭାବେ ଫେଣ୍ଟନ୍ତୁ । ଅଣ୍ଡା ଓ ଲହୁଣୀକୁ ମିଶାଇ ସେଥିରେ ଭାନିଲା ଏକ୍ସଟ୍ରାକ୍ ଭଲ ଭାବେ ଗୋଳାନ୍ତୁ । ଆଉ ଏକ ବାଉଲରେ ମଇଦା, କୋକୋଆ ପାଉଡର, ବେକିଙ୍ଗ ସୋଡ଼ା ଓ ଲୁଣ ପକାଇ ମିଶାଇ ଦିଅନ୍ତୁ । ଏହାପରେ ଅଣ୍ଡା ଓ ଲହୁଣୀକୁ ସେଥିରେ ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ସେଥିରେ ଚକୋଲେଟ୍ ଚିପ୍ସ ପକାଇ ଧୀରେ ଧୀରେ ଚଲାନ୍ତୁ । ଓଭାନକୁ ୩୫୦ ଡିଗ୍ରୀ ତାପମାତ୍ରାରେ ଗରମ କରନ୍ତୁ । ଗୋଟିଏ ବେକିଂ ସିଟ୍ ନେଇ ସେଥିରେ ଏହି ମିଶ୍ରଣରୁ ଅଳ୍ପ ଅଳ୍ପ ନେଇ ପକାନ୍ତୁ । ଏହି ବେକିଙ୍ଗ୍ ସିଟକୁ ଓଭାନରେ ରଖି ୧୦-୧୫ ମିନିଟ୍ କୁକ୍ କରନ୍ତୁ । ଏହାପରେ ତାହାକୁ ବାହାର କରି ରୁମ୍ ତାପମାତ୍ରାରେ ଥଣ୍ଡା ହେବା ପର୍ଯ୍ୟନ୍ତ ରଖନ୍ତୁ । ପ୍ରସ୍ତୁତ ହୋଇଗଲା ଚକୋଲେଟ୍ କୁକିଜ୍ । ଆପଣ ଚାହିଁଲେ ଏଥିରେ କିଛି ଡ୍ରାଏ ଫୁଡସ୍ ପାଉହର୍ ମଧ୍ୟ ପକାଇ ପାରିବେ ।