ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓ ସାମସଙ୍ଗ ଗାଲାକ୍ସି ଏମ ସିରିଜ଼ ଅଫର’ ଘୋଷଣା
ରିଲାଏନ୍ସ ଜିଓ ପକ୍ଷରୁ ସାମସଙ୍ଗ ସହିତ ସ୍ୱତନ୍ତ୍ର ସହବନ୍ଧନ ସହ ଜିଓ ସାମସଙ୍ଗ ଗାଲାକ୍ସି ଏମ ସିରିଜ଼ ଅଫର ଘୋଷଣା କରାଯାଇଛି। ଫେବୃଆରୀ ୫ ରୁ ଆରମ୍ଭ ହୋଇଥିବା ଏହି ନୂଆ ଅଫର ଦ୍ୱାରା ଯେକୌଣସି ଜିଓ ଉପଭୋକ୍ତାମାନେ ଏବେ ନୂତନ ଭାବରେ ବଜ଼ାରକୁ ଆସିଥିବା ସାମସଙ୍ଗ ଗାଲାକ୍ସି ଏମ ୧୦ ଓ ସାମସଙ୍ଗ ଗାଲାକ୍ସି ଏମ ୨୦ ଫୋନ କିଣିଲେ ଏହି ସ୍ୱତନ୍ତ୍ର ଅଫରର ଲାଭ ନେଇପାରିବେ।
ଏହି ସ୍ୱତନ୍ତ୍ର ଅଫର ଅନୁଯାୟୀ ସାମସଙ୍ଗ ଗାଲାକ୍ସି ଏମ ସିରିଜ଼ ଉପଭୋକ୍ତା ଜିଓର ୧୯୮ ତାଙ୍କ କିମ୍ବା ୨୯୯ ଟଙ୍କାର ରିଚାର୍ଜ଼ ସହିତ ଦୁଇଗୁଣା ଡାଟାର ମଜା ନେଇ ପାରିବେ। ତେବେ ଜଣେ ଉପଭୋକ୍ତା ସର୍ବାଧିକ ୧୦ ଥର ଏହିଭଳି ଦୁଇଗୁଣା ଡାଟା ମିଳିବାକୁ ଥିବା ରିଚାର୍ଜ଼ କରିପାରିବେ। ମୋଟ ଉପରେ ଏହି ଅଫର ଦ୍ୱାରା ଉପଭୋକ୍ତାଙ୍କର ପ୍ରାୟ ୩୧୧୦ ଟଙ୍କା ମୂଲ୍ୟର ସଂଚୟ ହୋଇପାରିବ।