ମହାରାଷ୍ଟ୍ରରେ ୨୩ ପୁଲିସ କର୍ମଚାରୀଙ୍କୁ କରୋନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶର ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ରରେ ୨୩ଜଣ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ସଂଖ୍ରାକୁ ମିଶାଇ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାର ପାର୍‌ କରିଛି।

ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ଆଜି ୧୬୫ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ସମୁଦାୟ ସଠଖ୍ୟା ୩୦୮୧ ରହିଛି। ସେଥିରୁ ୨୫୯୯ ଜଣ ରୋଗୀଙ୍କ ଶରୀରରେ ଏବେ କରୋନା ସକ୍ରିୟ ରହିଛି। ଏ ଭିତରେ ୨୯୫ ଜଣ ସୁସ୍ଥ ହୋଇଥିବା ବେଳେ ୧୮୭ଜଣଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟମାନଙ୍କଠୁ ମିଳିଥିବା ଲାଇଭ୍‌ ତଥ୍ର ଅନୁସାରେ ଭାରତରେ ଏବେ ସମୁଦାୟ ରୋଗୀଙ୍କ ସଂଖ୍ୟା ୧୩୧୭୧ ହୋଇଛି। ୮୦୦ ନୂଆ କରୋନା ରୋଗୀଙ୍କୁ ଆଜି ଚିହ୍ନଟ କରାଯାଇଛି।  ସମୁଦାୟ ୧୭୩୪ଜଣ ରୋଗୀ ସୁସ୍ଥ ହୋଥିବା ବେଳେ ଆଜି ୧୦ ଜଣଙ୍କ ମୃତ୍ୟୁ ଘଟି ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖୃା ୪୩୨ ହୋଇଛି।

ଭାରତ ସରକାରଙ୍କ ପକ୍ଷରୁ ନୂଆ କରୋନା ଲକ୍‌ଡାଉନ୍‌ ନିର୍ଦେଶାବଳୀ ଜାରି ହୋଇଛି। ଏହି ନିୟମାବଳୀ ଅନୁସାରେ ୧୭୦ଟି କରୋନା ପ୍ରବଣ ଜିଲ୍ଲା ବା ହଟ୍‌ସ୍ପଟ୍‌ ଚିହ୍ନଟ କରାଯାଇଛି। ଏ ଅଞ୍ଚଳରେ ଲକ୍‌ଡାଉନ୍‌ ନିୟମାବଳୀକୁ କଠୋର ଭାବେ ପାଳନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

 

Leave a Reply

Your email address will not be published.