ମଦ ପିଇେଲେ ହେବନି ‘କରୋନା’- ଏକ ଗୁଜବ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ସମଗ୍ର ବିଶ୍ଵ ଲାଗି ଚିନ୍ତାର କାରଣ ପାଲଟିଛି। ଆତଙ୍କରେ ସବୁ ଦେଶର ଲୋକେ ରହିଛନ୍ତି। ଅନେକ ପ୍ରାଣ ଚାଲିଗଲାଣି ଓ ସଂକ୍ରମଣ ପ୍ରାୟ ସବୁ ଦେଶରେ ବ୍ୟାପିଛି। ଏଭଳି ସ୍ଥିତିରେ ଅନେକ ଗୁଜବ ମଧ୍ୟ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ତେବେ ଅପପ୍ରଚାର ଓ ଗୁଜବ ପ୍ରତି ବିଶ୍ଵାସ ନକରିବାକୁ ସରକାରୀ ସ୍ତରରେ ସଚତେନତା କରାଯାଉଛି। ସେହିପରି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ମଧ୍ୟ ଏନେଇ ସତର୍କ କରିଦିଆଯାଇଛି। ମଦ ପିଇଲେ କରୋନା ସଂକ୍ରମଣ ହେବନି ବା କରୋନା ଭାଇରସ୍‌କୁ ମଦ ମାରିଦେଇପାରେ ବୋଲି ଗୁଜବକୁ ବିଶ୍ଵାସ ନକରିବାକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ମଦ ପିଇଲେ ଏବଂ ଏହାକୁ ଦେହରେ ସିଞ୍ଚନ କଲେ କରୋନା ଭାଇରସ୍‌ ହେବ ନାହିଁ ବୋଲି ସୋସିଆଲ ମିଡିଆରେ ଯାହା ପ୍ରଚାରିତ ହେଉଛି ତାହା ସମ୍ପୂର୍ଣ୍ଣ ମିଛ। ତେଣୁ ଏଭଳି ଭୁଲ୍‌ ଧାରଣାର ବଶବର୍ତ୍ତୀ ନହେବାକୁ ପରାମର୍ଶ ଦିଆଯିବା ସହ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି କୁହାଯାଇଛି। ସେହିପରି ଗ୍ଲୋବାଲ୍‌ ହେଲଥ୍‌ ଏଜେନ୍ସିର ରିପୋର୍ଟ ଅନୁସାରେ ମଦ କିମ୍ୱା କ୍ଲୋରିନ୍‌ ପରି ପଦାର୍ଥକୁ ଦେହରେ ପକାଇଲେ ତାହା ଆଖି, ମୁହଁ ଓ ନାକ ପ୍ରତି କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି। ଏଥିରେ କରୋନା ଭୂତାଣୁ ମରିବ ନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛନ୍ତି ଯେ କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ମଦ ନୁହେଁ ବରଂ ସେଥିରୁ ପ୍ରସ୍ତୁତ ହୋଇଥିବା ସାନିଟାଇଜର୍‌ରେ ନିୟମିତ ହାତ ସଫା କରିବା ଆବଶ୍ୟକ। ଏଥିସହ ସାବୁନ ଓ ପାଣିରେ ଭଲ ଭାବେ ହାତ ଧୋଇବା ଦରକାର। ସେହିପରି ଗରମ ପାଣିରେ ଗାଧୋଇଲେ କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *