ମଣ୍ଡିରେ ଧାନ କିଣା ସରଳୀକରଣ: ଏସ୍‌ଏମ୍‌ଏସ୍‌ରେ ଆସିବ ଟୋକନ୍‌ ବାର୍ତ୍ତା

ଭୁବନେଶ୍ଵର, (ଓଟି): ମଣ୍ଡିରେ ଧାନ କିଣା ବ୍ୟାପାରକୁ ସହଜ ଓ ସୁରୁଖୁର କରିବା ଲାଗି ସରକାର ଟେକ୍ନୋଲୋଜି ପ୍ରୟୋଗ କରିଛନ୍ତି। କେଉଁ ଚାଷୀଙ୍କ ଧରନ କେବେ କିଣା ହେବ ଏବଂ କେୁଁଠାରେ କିଣା ହେବେ ସେ ସମ୍ପର୍କରେ ସମସ୍ତ ସୂଚନା ଚାଷୀ ପାଖଷର ସିଧାସଳଖ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି। ଏହି ସୂଚନାସବୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଚାଷୀ ବା ଧାନ ବିକ୍ରେତାଙ୍କ ମୋବାଇଲ୍‌ରେ ଆସିବ। ଏହା ଦ୍ଵାରା ଚାଷୀଙ୍କୁ ଧାନ ବୋହି ଆଣି ଦିନ ରାତି ଅପେକ୍ଷା କରିବାକୁ ପଡ଼ିବ ନାହିଁ, ଯେଉଁ ତାରିଖ ଓ ସମୟ ନିର୍ଦ୍ଧାରଣ କରାଯାଇଛଇ ସେହି ସମୟରେ ପହଞ୍ଚିଲେ ଧାନ କିଣାଯିବ ।

ପ୍ରଥମ ଥର ପାଇଁ ଏହି ଟୋକନ ପ୍ରକ୍ରିୟା ମାନବ ହସ୍ତକ୍ଷେପରୁ ମୁକ୍ତ କରାଯାଇ କମ୍ପ୍ୟୁଟର ମାଧ୍ୟମରେ କରାଯାଉଛି । ଏହାକୁ ନେଇ କିଛି ଚାଷୀ ଅସନ୍ତୋଷ ପ୍ରକାଶ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତୁରନ୍ତ ପ୍ରତିକାର ପଦକ୍ଷେପ ନିଆଯାଇଛି। ଏହାଫଳରେ ଟୋକନ୍‌ ବିତରଣ ଓ ଧାନ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ସ୍ଵଚ୍ଛ ଓ ସମୟସାପେକ୍ଷ କରାଯାଇଛି।  ଟୋକନ ପ୍ରଦାନରେ ଅନିୟମିତତା ରୋକିବାକୁ ଏଭଳି ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଲାଗୁ ହୋଇଥିବା ନୂତନ ବ୍ୟବସ୍ଥାରେ ପୂର୍ବ ନିର୍ଦ୍ଧାରିତ ମାପକାଠି ଅନୁସାରେ ଧାନ ବିକ୍ରି କରିବାକୁ ସୁଯୋଗ ପାଇବେ ଚାଷୀ । ଏପରିକି ନିର୍ଦ୍ଧାରିତ ତାରିଖରେ ମଣ୍ଡିକୁ ଧାନ ନ ଆଣି ପାରିଲେ ପରବର୍ତ୍ତୀ ସମୟରେ ମଧ୍ୟ ଚାଷୀଙ୍କୁ ଧାନ ବିକିବାକୁ ସୁଯୋଗ ଦିଆଯିବ ।

ଏହାଛଡା ବୃଦ୍ଧ, ରୋଗଗ୍ରସ୍ତ, ଅକ୍ଷମ ବ୍ୟକ୍ତିମାନେ ପ୍ରମାଣୀକରଣ ପାଇଁ ମଣ୍ଡିରେ ଉପସ୍ଥିତ ନ ରହିପାରିଲେ ମଧ୍ୟ ସେମାନଙ୍କ ଠାରୁ ଧାନ କ୍ରୟ କରାଯିବ । ଏହି ଟୋକନ ବ୍ୟବସ୍ଥା ଚାଷୀମାନଙ୍କ ହିତ ଉଦ୍ଦେଶ୍ୟରେ ଲାଗୁ କରାଯାଇଛି । ଏହା ମଣ୍ଡିରେ ଧାନ କ୍ରୟ ଓ ବିକ୍ରୟ କାର୍ଯ୍ୟକୁ ଶୃଙ୍ଖଳିତ କରିବ । ମଣ୍ଡିରେ ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବାକୁ ଏହି ଟୋକନ ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *