ଭଦ୍ରକରେ ଅଛନ୍ତି ୫୦ କୁମ୍ଭୀର

 

ଭଦ୍ରକ,(ଓଟି): ଭଦ୍ରକ ଜିଲ୍ଲାରେ ମୋଟ ୫୦ଟି କୁମ୍ଭୀର ଥିବା ଜଣାପଡିଛି। ଏ ସବୁ ମନ୍ତେଇ, ସାଳନ୍ଦୀ ଓ ବୈତରଣୀ ନଦୀରେ ଥିବା ଗଣନା ବେଳେ ଠାବ କରାଯାଇଛି। ଏକ ବିରଳ ପ୍ରଜାତିର ଧଳା ବଉଳା କୁମ୍ଭୀର ଠାବ ହୋଇଥିବା ବି ସୂଚନା ମିଳିଛି। ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ୍‌ ପକ୍ଷରୁ ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦବାଲି ବନଖଣ୍ଡ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଗଠିତ ଦୁଇଟି ସ୍ୱତନ୍ତ୍ର ଟିମ୍‌ କୁମ୍ଭୀର ଗଣନାରେ ସାମିଲ ହୋଇଥିଲେ। ଧାମରା ଓ ଚାନ୍ଦବାଲି ପାଇଁ ଅଲଗା ଅଲଗା ଟିମ୍‌ କରାଯାଇଥିଲା ଏବଂ ୧୧ ଜଣ ବନ କର୍ମଚାରୀ ଓ ଅଧିକାରୀ ସାମିଲ ହୋଇଥିଲେ। ୨୦୧୭-୧୮ ଗଣନାବେଳେ ଜିଲ୍ଲାରେ ମୋଟ ୧୫ଟି କୁମ୍ଭୀର ଥିବା ଜଣାପଡିଥିଲା। ୨୦୧୯-୨୦ରେ ଅଧିକ ୩୫ଟି କୁମ୍ଭୀରର ସନ୍ଧାନ ମିଳିପାରିଛି।  

Leave a Reply

Your email address will not be published. Required fields are marked *