ବିଶ୍ଵ ଦକ୍ଷତା ପ୍ରତିଯୋଗୀତାରେ ଓଡ଼ିଶାର ଅଶ୍ଵଥ ନାରାୟଣଙ୍କୁ ସ୍ଵଣ୍ଣ, ଭାରତକୁ ୪ ପଦକ
ଭୁବନେଶ୍ଵର, (ଓଟି): ଋଷିଆର କାଜାନ ସହରରେ ଆୟୋଜିତ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶଶରେ ପାଠ ପଢ଼ୁଥିବା ବିଟେକ୍ ଛାତ୍ର ଅଶ୍ଵଥ ନାରାୟଣଙ୍କୁ ସ୍ଵଣ୍ଣ ପଦକ ମିଳିଛି। ୱାଟର ଟେକ୍ନୋଲୋଜି କ୍ଷେତ୍ରରେ ଉନ୍ନତ ଦକ୍ଷତା ପ୍ରଦର୍ଶନ ହେତୁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏହାଙ୍କ ସହ ଭାରତକୁ ସମୁଦାୟ ୪ଟି ପଦକ ମିଳିପାରିଛି। ଏହି ପଦକରେ ଓ୍ବେବ ଟେକ୍ନୋଲୋଜିରେ ଗୋଟିଏ ରୌପ୍ୟ ଏବଂ ଜେ୍ୱଲେରୀ ଓ ଗ୍ରାଫିକ୍ ଡିଜାଇନ୍ ଟେକ୍ନୋଲୋଜିରେ ଦୁଇଟି ପଦକ ସାମିଲ୍ ଥଇବା ରାଜ୍ୟ ଦକ୍ଷତା ବିକାଶ ପ୍ରାଧୀକରଣ ସୂତ୍ରରୁ ସ୍ପଷ୍ଟ କରାଯାଇଛି।
ଏହି ଚାରୋଟି ପଦକ ସହ ଆଇଟି ସଫଫେୱର ସଲୁସନ୍ ଫର୍ ବିଜିନେସ୍, ଓ୍ବେଲଡିଂ, ୱାଲ ଏଣ୍ଡ ଫ୍ଲୋର ଟାଇଲିଂ, ଅଟୋବର୍ଡି ରିପ୍ୟାର୍, କାର ଏଥିରୁ ପେଣ୍ଟିଂ, ଅଟୋମୋବାଇଲ୍ ଟେକ୍ନୋଲୋଜି, ବି୍ରକ୍ ଲେଇଙ୍ଗ୍, ମୋବାଇଲ୍ ରବୋଟିକ୍ସ, ପାଟିସେରି ଏଣ୍ଡ କନ୍ଫେକ୍ସନାରୀ, ହେଲ୍ଥ ଏଣ୍ଡ ସୋସିଆଲ୍ କେୟାର, ଭିଜୁଆଲ୍ ମର୍ଚାଣ୍ଡାଇଜିଂ, ବ୍ୟାକେରୀ, ଥ୍ରୀ-ଡି ଗେମ୍ ଆର୍ଟ, ସାଇବର ସିକୁ୍ୟରିଟି ଏବଂ ମେକାଟ୍ରୋନିକ୍ସରେ ଭାରତ ମୋଟ ୧୪ଟି ମେଡାଲ ଅଫ୍ ଏକ୍ସଲେନ୍ସ ପଦକ ହାସଲ କରିଛି ।
ଏହି ପ୍ରତିଯୋଗିତାରେ ୬୩ଟି ଦେଶର ପ୍ରତିଦ୍ୱନ୍ଦୀ ନିଜ ନିଜ ଜ୍ଞାନ କୌଶଳ ଓ ଦକ୍ଷତା ପ୍ରଦର୍ଶନ କରିଥିଲେ। ପ୍ରଥମଥର ପାଇଁ ଓଡ଼ିଶାରୁ ତିନି ଜଣ ପ୍ରତିଯୋଗୀ ୱାଟର ଟେକ୍ନୋଲୋଜି, ଏମ୍. କାଡ ଏବଂ ସିଏନ୍ସି ଟ୍ରେଡ୍ରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ ।
ଅଶ୍ୱଥଙ୍କୁ ତାଙ୍କ ସଫଳତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ସଫଳତା ପାଇଁ ପ୍ରତ୍ୟେକ ଅନୁଷ୍ଠାନମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ୨୦୨୧ରେ ସାଂଘାଇରେ ହେବାକୁ ଯାଉଥିବା ପ୍ରତିଯୋଗିତାରେ ଓଡ଼ିଶାର ଅଧିକତର ସଫଳତା କାମନା କରିଛନ୍ତି ।