ଫେରିଲେ “ମୁକୁଟ ବିଜୟିନୀ’ ସୁନ୍ଦରୀ

ଭୁବନେଶ୍ୱର: ଗୋଟିଏ ସନ୍ତାନର ଜନନୀ ସେ । ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ । ପେଶାରେ ସଫ୍ଟୱେର୍ ଇଞ୍ଜିନିୟର କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ । ପ୍ରକୃତିର ବରଦାନ ସାଙ୍ଗକୁ ନିଜର ନିଷ୍ଠା ବଳରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ସେ ଚଢ଼ିଚାଲିଛନ୍ତି । ଏଇ ନିକଟରେ ଚୀନରେ ଅନୁଷ୍ଠିତ ମିସେସ୍ ସେଣ୍ଟ୍ରାଲ୍ ପେସିଫିକ୍ ଏସିଆ ୟୁନିଭର୍ସ-୨୦୧୯ ପ୍ରତିଯୋଗିତାରେ ବିଭିନ୍ନ ଦେଶର ୯୦ ଜଣ ପ୍ରତିଯୋଗିଙ୍କୁ ପଛରେ ପକାଇ \”ମୁକୁଟ ବିଜୟିନୀ\’ ହୋଇଛନ୍ତି । ଏହି ମୁକୁଟ ସହ ସେ ଆଜି ସ୍ୱଦେଶ ଫେରିଥିବାବେଳେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି ।

ସେ କିଏ ଜାଣିଛନ୍ତି?

ଆମ ଶୁଦ୍ଧ ଓଡ଼ିଆଣୀ ଶ୍ରୀମତୀ ଅମିତା ପଣ୍ଡା ।
ଭୁବନେଶ୍ୱରରେ ରହୁଥିବା ଜଣାଶୁଣା କାର୍ଡିଓଲୋଜିଷ୍ଟ୍ ଡାକ୍ତର ପ୍ରଭଞ୍ଜନ ମହାପାତ୍ର ହେଉଛନ୍ତି ଅମିତାଙ୍କ ସ୍ୱାମୀ ।

ଏହି ସଫଳତା ଫଳରେ ଅମିତା ମିସେସ୍ ୟୁନିଭର୍ସ-୨୦୧୯ରେ ଭାଗନେବାକୁ ମନୋନୀତ ହୋଇଛନ୍ତି । ସେଠାରେ ୨୦୧୮ର ମିସେସ୍ ୟୁନିଭର୍ସ ଜୁଲିଆ ଗର୍ସୁନ୍ ଚଳିତ ବର୍ଷର ବିଜୟିନୀଙ୍କୁ ମୁକୁଟାର୍ପଣ କରିବେ । ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମିସେସ୍ ଇଣ୍ଡିଆ ଗାଲାକ୍ସି-୨୦୧୮ ଏବଂ ମିସେସ୍ ସୋସିଆଲ୍ ଆଇକନ୍-୨୦୧୮ ମୁକୁଟ ହାସଲ କରିସାରିଥିଲେ ଅମିତା । ସୁନ୍ଦରୀ ଅମିତାଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

।। ରିପୋର୍ଟ: ଏସପି

Leave a Reply

Your email address will not be published. Required fields are marked *