‘ପିଙ୍କ୍’ର ତାମିଲ୍ ରିମେକ୍ରେ ବିଦ୍ୟା ବାଲାନ୍
ଦକ୍ଷ ଅଭିନୟ ଦ୍ୱାରା ବଲିଉଡ୍ର ଅଗଣିତ ଦର୍ଶକଙ୍କୁ କିମିଆ କରି ରଖିଥିବା ବିଦ୍ୟା ବାଲାନ୍ ଏବେ ସାଉଥ୍ ମୁହାଁ ହୋଇଛନ୍ତି ସାଉଥ ସୁପର୍ଷ୍ଟାର୍ ଏନ୍.ଟି.ରାମାରାଓଙ୍କ ବାୟୋପିକ୍ ମାଧ୍ୟମରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଥିବା ବିଦ୍ୟା ଏବେ ଆଉ ଏକ ସାଉଥ୍ ଫିଲ୍ମ ସାଇନ୍ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ମହାନାୟକ ବିଗ୍ ବି ଓ ତାପସି ପନ୍ନୁଙ୍କ ଅଭିନୀତ ଆୱାର୍ଡ଼ ଉଇନିଙ୍ଗ୍ ଫିଲ୍ମ ‘ପିଙ୍କ୍’ ତାମିଲ ଭାଷାରେ ରିମେକ୍ ହେବାକୁ ଯାଉଛି । ଏହାର ସମ୍ପୂର୍ଣ୍ଣ ଷ୍ଟାର୍କାଷ୍ଟ୍ ଫାଇନାଲ୍ ହୋଇଯାଇଛି । ଏହି ତାମିଲ୍ ଫିଲ୍ମର ନାମ ରଖାଯାଇଛି ‘ଥାଲା ୫୯’ ।
ଏଚ୍. ବିନୋଥ୍ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ଏହାର ପ୍ରଯୋଜକ ହେଉଛନ୍ତି ବୋନି କପୁର୍ । ଫିଲ୍ମରେ ତାପସୀ ପନ୍ନୁଙ୍କ ଭୂମିକାରେ ଆସିବେ ମାଲାୟାଲାମ୍ ଅଭିନେତ୍ରୀ ନଜରିଆ ନଜିମ୍ । ଏହା ବ୍ୟତୀତ ଅଛନ୍ତି କଲ୍ୟାଣୀ ପ୍ରିୟଦର୍ଶନ । ଅନ୍ୟ ଏକ ମୁଖ୍ୟ ଭୂମିକାରେ ପରଦା ଉପରକୁ ଆସିବେ ଅଭିନେତା ଅଜିଥ୍ ।
ଅଜିଥଙ୍କ ସହିତ ଶ୍ରୀଦେବୀ ଏହି ଫିଲ୍ମର ପ୍ରଯୋଜିକା ଭାବେ ରହିବେ ବୋଲି ଖବର ପ୍ରକାଶ ପାଇଥିଲା । କିନ୍ତୁ ଶ୍ରୀଦେବୀଙ୍କ ମୃତ୍ୟୁପରେ ବୋନି କପୁର୍ ଏହି କାମକୁ ସମ୍ପୂର୍ଣ୍ଣ କରିବେ । ‘ଇଂଲିଶ୍ ବିଂଲିଶ୍’ର ତାମିଲ୍ ରିମେକ୍ରେ ମଧ୍ୟ ଅଜିଥ୍ଙ୍କ ସହିତ ଶ୍ରୀଦେବୀ ପ୍ରଯୋଜିକା ଭାବେ ଥିଲେ ।