ନଭେମ୍ବର ଶେଷଯାଏ ଚାଲିବ ଜିଓ ୬୯୯ ଟଙ୍କିଆ ଅଫର
ଭୁବନେଶ୍ୱର: ଜିଓଫୋନର ଦୀପାବଳି ଅଫରକୁ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏହାଦ୍ୱାରା ମାତ୍ର ୬୯୯ ଟଙ୍କାରେ ୧୫୦୦ଟଙ୍କିଆ ଜିଓଫୋନକୁ କିଣି ଗ୍ରାହକ ଜିଓ ଦୁନିଆର ବିଭିନ୍ନ ସେବାକୁ ଗ୍ରହଣ କରିପାରିବେ । ଏଥିରେ ମନୋରଂଜନ, ପେମେଂଟ, ଇ-କମର୍ସ, ଶିକ୍ଷା, ଶିକ୍ଷଣୀୟ, ଟ୍ରେନ ଓ ବସ ବୁକିଙ୍ଗ ପ୍ରଭୃତି ରହିଛି । ଏହି ଅଫରରେ ଜିଓ ପକ୍ଷରୁ ଗ୍ରାହକମାନେ କରୁଥିବା ପ୍ରଥମ ୭ଟି ରିଚାର୍ଜ (୯୯ ଟଙ୍କା ଲେଖାଏଁ ସାତ ଥର) ଉପରେ ଏହି ଅତିରିକ୍ତ ଡାଟା ପ୍ରଦାନ କରାଯାଉଛି ।
ଜିଓଫୋନର ଦଶହରାରୁ ଦୀପାବଳି ଅଫର ଦେଶର ଗ୍ରାମାଚଂଳ ଓ ଦୁର୍ଗମ ଅଂଚଳର ନିୟୁତାଧିକ ୨ଜି ଗ୍ରାହକଙ୍କୁ ଏକ ଡିଜିଟାଲ ଜୀବନକୁ ଗ୍ରହଣ କରିବା ଏବଂ ଏହି ଉତ୍ସବ ଅବସରରେ ଡିଜିଟାଲ ସମୃଦ୍ଧି ହାସଲ କରିବାରେ ସହାୟକ ହୋଇଛି । ଜିଓଫୋନ ଦୀପାବଳି ଅଫରରେ ବିଗତ ତିନି ସପ୍ତାହ ଭିତରେ ଜିଓଫୋନର ରେକର୍ଡ ବିକ୍ରି ହୋଇଛି । ସେଥିପାଇଁ ଜିଓ ତରଫରୁ ଏହି ଅଫରକୁ ଆଉ ଅଧିକ ଏକ ମାସ ଅର୍ଥାତ ନଭେମ୍ବର ଶେଷ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିଷ୍ପତି ନିଆଯାଇଛି । ଏହି ସଂପ୍ରସାରଣ ଜରିଆରେ ଜିଓ ଆଶା କରୁଛି ଯେ ଅନେକ ୨ଜି ଫିଚର ଫୋନ୍ ଗ୍ରାହକ ଜିଓଫୋନ୍ ପ୍ଲାଟଫର୍ମକୁ ଆସିପାରିବେ ଏବଂ ଏହା ଏକକ ସର୍ବବୃହତ ୪ଜି ଡିଭାଇସ ପ୍ଲାଟଫର୍ମର ମାନ୍ୟତା ଜାରି ରଖିବ ।
ଜିଓଫୋନ ଦୀପାବଳି ଅଫର ଜରିଆରେ ଦେଶର ଗ୍ରାମାଂଚଳ ଏବଂ ଆଭ୍ୟନ୍ତରୀଣ ତଥା ଦୁର୍ଗମ ଅଂଚଳରେ ବସବାସ କରୁଥିବା ନିୟୁତାଧିକ ଲୋକ ସୁଲଭ ଟେଲିଫୋନ ସଂଯୋଗ ହାସଲ କରି ଅତ୍ୟନ୍ତ ଉଲ୍ଲସିତ ହୋଇଛନ୍ତି ଯାହା ଏହି ଅଫରକୁ ବ୍ୟାପକ ଭାବରେ ସଫଳ କରିପାରିଛି କାରଣ ସେମାନେ ୪ଜି ଡିଜିଟାଲ ସେବାରେ ଯୋଗ ଦେଇ ଭିଡିଓ କଲିଂ, ଲାଇଭ ମ୍ୟୁଜିକ, ଟିଭି ଏବଂ ମନୋରଂଜନ ଆଦି ବହୁତ କିଛି ସେବାକୁ ଫୋନରେ ଉପଭୋଗ କରିପାରୁଛନ୍ତି । ଜିଓଫୋନର ପ୍ରବଳ ଲୋକପ୍ରିୟତାକୁ ବଳରେ ଜିଓ ପ୍ରତି ମାସରେ ଗ୍ରାମାଚଂଳରେ ନିୟୁତାଧିକ ଗ୍ରାମୀଣ ଗ୍ରାହକଙ୍କୁ ସାମିଲ ଜାରି ରଖିଥବା ବେଳେ ଗ୍ରାହକଙ୍କୁ ସୁଲଭ ସେବା ପ୍ରଦାନ କରିପାରୁନଥିବାରୁ ଅନ୍ୟ ଅପରେଟରମାନେ ନିୟୁତାଧିକ ଗ୍ରାହକ ହରାଉଛନ୍ତି । ଓଡ଼ିଶାର କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଂଚଳ ହେଉ କିମ୍ବା ମଧ୍ୟ ପ୍ରଦେଶ, ଛତିଶଗଡ଼ କିମ୍ବା ଝାଡ଼ଖଣ୍ଡର ଅତ୍ୟନ୍ତ ଗ୍ରାମୀଣ ଏବଂ ପାହାଡ଼ିଆ ଅଂଚଳରେ ଜିଓଫୋନର ପ୍ରବଳ ଚାହିଦା ଓ ରେକର୍ଡ ବିକ୍ରି ଦେଖିବାକୁ ମିଳିଛି । ଏହା ଡିଜିଟାଲ ଅନ୍ତର୍ଭୁକ୍ତୀକରଣ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରୁଛି ।