ଜୁଲାଇରେ ୧.୮ ଲକ୍ଷ ନୂଆ ମୋବାଇଲ୍‍ ଗ୍ରାହକ, ଓଡ଼ିଶାରେ ପସନ୍ଦର ଶୀର୍ଷରେ ଜିଓ

ଭୁବନେଶ୍ୱର, (ଓଟି): ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ପ୍ରତିଷ୍ଠିତ କରିଛି । ରାଜ୍ୟରେ ନୂଆ ମୋବାଇଲ୍‍ ଗ୍ରାହକଙ୍କ ସଂଖ୍ୟା ଯେତିକି ବଢ଼ୁଛି ତାହାର ଦୁଇଗୁଣା ହିସାବରେ ଜିଓ ନିଜର କାୟା ବିସ୍ତାର କରୁଛି । ଭାରତୀୟ ଦୂର ସଂ·ର ନିୟାମକ କର୍ତୃପକ୍ଷ (ଟ୍ରାଇ)ଙ୍କ ରିପୋର୍ଟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୁଏ ।
ଏହି ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶାରେ ମୋବାଇଲ୍‍ ଗ୍ରାହକଙ୍କ ସଂଖ୍ୟା ଜୁଲାଇରେ ୧ଲକ୍ଷ ୭୯ ହଜାର ବଢ଼ି ସମୁଦାୟ ୩.୨୯ କୋଟିରେ ପହଞ୍ଚିଛି । କିନ୍ତୁ ୩ଲକ୍ଷ ୫୩ ହଜାର ନୂଆ ଉପଭୋକ୍ତା ରିଲାଏନ୍ସ ଜିଓ ସେବା ଗ୍ରହଣ କରିଛନ୍ତି । ଅର୍ଥାତ୍‍ ରିଲାଏନ୍ସ ଜିଓ ଏବେ ଅନ୍ୟ ମୋବାଇଲ୍‍ ସେବା ପ୍ରଦାନକାରୀଙ୍କ ପାଇଁ ଆତଙ୍କ ପାଲଟିଛି । ଏହି ରିପୋର୍ଟରେ ଯଦିଓ ବିଏସ୍‍ଏନ୍‍ଏଲ୍‍ ଜୁଲାଇମାସରେ ୭୫୦୪, ଏୟାରଟେଲ୍‍ଥ ୯୦ ହଜାର ନୂଆ ଗ୍ରାହକଙ୍କୁ ନିଜ ସେବାରେ ପଞ୍ଜିକୃତ କରାଇଥିବା କୁହାଯାଇଛି, କିନ୍ତୁ ବାସ୍ତବରେ ସମୁଦାୟ ସ୍ଥିତିରେ ଏହିସବୁ ପୁରୁଣା ସେବା ପ୍ରଦାନକାରୀଙ୍କଠାରୁ ଗ୍ରାହକ ମୁହଁ ଫେରାଇଚାଲିଛନ୍ତି ।

ଜୁଲାଇ ମାସରେ ଓଡ଼ିଶାରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ମୋବାଇଲ ଗ୍ରାହକ ଯୋଡ଼ିଛି ବୋଲି ପକ୍ଷରୁ ଜୁଲାଇ ୨୦୧୯ ପାଇଁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି । ରିଲାଏନ୍ସ ଜିଓ ଏହି ମାସରେ ୩.୫୩ ଲକ୍ଷ ନୂଆ ଗ୍ରାହକ ଯୋଗ କରିଛି ଯାହା ଫଳରେ କଂପାନିର ମୋଟ ଗ୍ରାହକ ସଂଖ୍ୟା ଓଡ଼ିଶାରେ ୧.୦୫ କୋଟିରେ ପହଂଚିଛି ।

ରିଲାଏନ୍ସ ଜିଓ ସବୁଠୁ ପସନ୍ଦଯୋଗ୍ୟ ସେବା ପ୍ରଦାନକାରୀ କମ୍ପାନୀଭାବରେ ୨୦୧୮-୧୯ର ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରୁଛି ଏବଂ ବାଣିଜ୍ୟିକ କାରବାର ଆରମ୍ଭ କରିବାର ତିନି ବର୍ଷରୁ କମ ସମୟ ଭିତରେ ଏହାର ଗ୍ରାହକ ସଂଖ୍ୟା ୨୦୧୯ ଜୁନରେ ୧ କୋଟି ମାଇଲଖୁଂଟ ଅତିକ୍ରମ କରିଥିଲା । ରିଲାଏନସ ଜିଓ ଏହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ଅପହଂଚ ଅଂଚଳରେ ଦ୍ରୁତ ଗତିରେ ୪ଜି ନେଟୱର୍କର ବିସ୍ତାର କରି ଏବଂ ଗ୍ରାମାଚଂଳ ଓ ଅର୍ଧ ସହରାଚଂଳର ଲୋକମାନଙ୍କ ମଧ୍ୟରେ ଅତ୍ୟଧିକ ଲୋକପ୍ରିୟ ଭାରତର ସ୍ମାର୍ଟଫୋନ- ସୁଲଭ ଜିଓ ଫୋନ ଜରିଆରେ ପ୍ରତି ମାସରେ ନିରନ୍ତର ଭାବେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ୁଛି ।

ଜାତୀୟ ସ୍ତରରେ ମଧ୍ୟ ଜିଓ ଜୁଲାଇ ମାସରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରି ଏହି ତାଲିକାର ଶୀର୍ଷରେ ରହିଥିବା ବେଳେ ବିଏସ୍ଏନ୍ଏଲ୍ ଏକମାତ୍ର ଅପରେଟର ଭାବେ ଅଳ୍ପ ସଂଖ୍ୟକ ଗ୍ରାହକ ଯୋଗ କରିଛି ଏବଂ ଅନ୍ୟ ସବୁ ଅପରେଟର୍ମାନଙ୍କ ଗ୍ରାହକ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଟ୍ରାଇର ୨୦୧୯ ଜୁଲାଇ ଗ୍ରାହକ ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ରିଲାଏନସ ଜିଓ ୮୫.୩୯ ଲକ୍ଷ ଗ୍ରାହକ ଯୋଡ଼ିଥିବା ବେଳେ ଏହି ମାସରେ ୨.୮୮ ଲକ୍ଷ ଗ୍ରାହକ ଯୋଗ କରି ବିଏସଏନଏଲ ଦୂର ଦ୍ୱିତୀୟ ସ୍ଥାନରେ ରହିଛି । ଭୋଡାଫୋନ ଆଇଡିଆ ଏହି ମାସରେ ୩୩.୯ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଭାରତୀ ଏୟାରଟେଲ ୨୦୧୯ ଜୁଲାଇରେ ୨୫.୮ ଲକ୍ଷ ଗ୍ରାହକ ହରାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ।

 

Leave a Reply

Your email address will not be published. Required fields are marked *