ଜମ୍ମୁ ଓ କଶ୍ମୀରରେ ବଢ଼ିଲା ରାଷ୍ଟ୍ରପତି ଶାସନ କାଳ
ଜମ୍ମୁ ଓ କଶ୍ଵୀରରେ ରାଷ୍ଟ୍ରପତି ଶାସନକାଳକୁ ଆହୁରି ୬ ମାସ ବଢ଼ାଇ ଦିଆଯାଇଛି। ଏ ସେମ୍ପର୍କରେ ଆବଶ୍ୟକ ବିଲ୍ ଆଜି ରାଜ୍ୟସଭାରେ ବାଚନିକ ଭୋଟ୍ରେ ଗୃହୀତ ହୋଇଛି। ଉଭୟ ଟିଏମ୍ସି ଓ ବିଜେଡି ରାଜ୍ୟସଭା ସାଂସଦମାନେ ଏହାକୁ ସମର୍ଥନ କରିବାରୁ ବିଲ୍ ପାରିତ ହୋଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ସଂସଦରେ ଏହି ବିଲ୍କୁ ଉପସ୍ଥାପନ କରିଥିଲେ। ଏହାସହ ଜାମ୍ମୁ କାଶ୍ମୀର ସଂରକ୍ଷଣ ଅଧିନିୟମ ୨୦୦୪ରେ ସଂଶୋଧନ ପାଇଁ ରାଜ୍ୟସଭାରେ ଆଗତ ବିଧେୟକକୁ ଏହି ଦୁଇ ଦଳ ସମର୍ଥନ ଜଣାଇଛନ୍ତି। ଏହି ସଂରକ୍ଷଣ ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇସାରିଛି।
ଟିଏମସି ସାଂସଦ ଡେରେକ ଓବ୍ରାଏନ ଏହି ବିଲକୁ ସମର୍ଥନ ଦେଇ କହିଥିଲେ ଯେ ଭାରତୀୟଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆମେ ଏହି ବିଲ ଓ ରାଷ୍ଟ୍ରପତି ଶାସନ କାଳ ଆଉ ୬ ମାସ ବୃଦ୍ଧି କରିବା ପାଇଁ ସମର୍ଥନ ଜଣାଉଛୁ। ଏହି ବିଲରେ ଅନ୍ତର୍ଜାତୀୟ ସୀମାର ୧୦ କିଲୋମିଟର ପରଧି ମଧ୍ୟରେ ରହୁଥିବା ଜାମ୍ମୁ କାଶ୍ମୀର ଲୋକଙ୍କ ପାଇଁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୩% ସଂରକ୍ଷଣ ବ୍ୟବସ୍ଥା ରହିଛି। ଅମିତ ଶାହା ଲୋକସଭାରେ କହିଛନ୍ତି ଯେ ବାରମ୍ବାର ଉତ୍ତେଜନା କାରଣରୁ ଅନ୍ତର୍ଜାତୀୟ ସୀମାବର୍ତ୍ତୀ ଲୋକମାନେ ସାମାଜିକ, ଆର୍ଥିକ ଏବଂ ଶିକ୍ଷା କ୍ଷେତ୍ରରେ ପଛୁଆ ହୋଇଯାଇଛନ୍ତି। ତେଣୁ ସରକାର ପ୍ରକୃତ ନିୟନ୍ତ୍ରଣ ରେଖା (ଏଏଲଓସି)ରେ ରହୁଥିବା ଲୋକଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି