ଚନିଆଚୋଲି ଓ କେଡ଼ିଓ ସହିତ ଧୋତିପ୍ୟାଣ୍ଟ୍ ଦେବ ଧମାକେଦାର୍ ଲୁକ୍, ଦାଣ୍ଡିଆ ନାଇଟ୍ ପାଇଁ ଜାଣନ୍ତୁ ଆଉ କିଛି ଟ୍ରେଣ୍ଡି ଆଉଟଫିଟ୍
ଦାଣ୍ଡିଆ ନାଇଟର ରଙ୍ଗବିରଙ୍ଗୀ ପରିବେଶକୁ ଆହୁରି ରଙ୍ଗୀନ୍ କରିଥାଏ ପାରମ୍ପରିକ ଆଉଟଫିଟ୍ । କିନ୍ତୁ ଏବେ ଏହା ସହିତ ଯୋଡ଼ି ହୋଇଯାଇଛି ମଡ଼ର୍ଣ୍ଣ ଆଉଟଫିଟର ଜମାନା । ତେଣୁ ଏଥେନିକ୍ ସହିତ ୱେଷ୍ଟର୍ଣ୍ଣ ୱେରର ଯୁଗଳବନ୍ଦୀ ଦେଖିବାକୁ ମିଳିଛି ଆଜିର ଫ୍ୟାଶନ୍ ଜଗତରେ । ଏହାକୁ ଦୃଷ୍ଟିରେ ରଖି ଫ୍ୟାଶନ୍ ଡିଜାଇନର୍ ମାନେ ଆଉ କିଛି ଟ୍ରେଣ୍ଡି ଟିପ୍ସ ଦେଇଛନ୍ତି, ଯାହାକି ଆପଣଙ୍କୁ ଏକ ଧମାକେଦାର୍ ଲୁକ୍ ଦେବ । ତେବେ ଏହି ଧାରାରେ ପ୍ରଥମରେ ରହିଛି ଚନିଆଚୋଲି ବା କେଡ଼ିଓ ସହିତ ଧୋତିପ୍ୟାଣ୍ଟ୍ ପିନ୍ଧିବାର ନିଆରା ଫ୍ୟାଶନ୍ । ଚଳିତବର୍ଷ ଦାଣ୍ଡିଆ ନାଇଟ୍ ପାଇଁ ଏହି କମ୍ବିନେସନର ଚାହିଦା ସବୁଠାରୁ ଅଧିକ । ଏଭଳି ଆଉ କିଛି ଫ୍ୟାଶନ୍ ଅପଡେଟ୍ ଟିପ୍ସ ହେଉଛି –
୧- ଲେହେଙ୍ଗା ପସନ୍ଦ କରୁଥିଲେ ନିୟନ୍ ରଙ୍ଗକୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ । କାରଣ ନିୟନ ରଙ୍ଗ ଚଳିତବର୍ଷର ଟ୍ରେଣ୍ଡି କଲର୍ ଭାବେ ରହିଛି । ଏହା ସହିତ ମ୍ୟାଚ୍ କରୁଥିବା ଭଳି ଚୋଲି ଓ ସବୁବେଳେ ଏହା ସହିତ ପାରମ୍ପରିକ ଗହଣା ହିଁ ପିନ୍ଧନ୍ତୁ । ଚୋଲିରେ ପମପମ୍ ବୋର୍ଡ଼ର୍ ଲଗାଇ ପାରିବେ । କିନ୍ତୁ ଜୁଏଲାରୀ କ୍ଷେତ୍ରରେ ଆଦୌ ୱେଷ୍ଟର୍ଣ୍ଣ ଲୁକ୍ ଆଣନ୍ତୁ ନାହିଁ ।
୨- ଲେହେଙ୍ଗା ସହିତ ରୁଟିନ୍ ଚୋଲି ପିନ୍ଧିବାକୁ ଚାହୁଁନଥିଲେ ପେପଲମ୍ ଚୋଲି କିମ୍ବା ପେପଲମ୍ କୂର୍ତ୍ତା ଟ୍ରାଏ କରନ୍ତୁ । ଏହା ଆପଣଙ୍କୁ ଏକ ନିଆରା ଲୁକ୍ ଦେବ ।
୩- ମିରର୍ ୱାର୍କ ଚୋଲି କିମ୍ବା ଜ୍ୟାକେଟ୍ ମଧ୍ୟ ଦାଣ୍ଡିଆ ନାଇଟ୍ ପାଇଁ ପରଫେକ୍ଟ ଲୁକ୍ ଦେଇଥାଏ ।
୪- ଅଧିକ ଘେରଯୁକ୍ତ ଲେହେଙ୍ଗା ପସନ୍ଦ କରୁଥିଲେ, ସେମାନଙ୍କ ପାଇଁ ରହିଛି ୬ମିଟର୍ ଲେହେଙ୍ଗା । ସେଥିରେ ବିଭିନ୍ନ ରଙ୍ଗ ଓ ଡିଜାଇନର ରଫଲ୍ ଲେୟାର୍ ରଖି ଆପଣ ଆହୁରି କିଛି ନୂଆ ଏକ୍ସପରିମେଣ୍ଟ୍ କରିପାରିବେ । ଏହି ଆଉଟଫିଟ୍ ସହିତ ହାଲକା ଅକ୍ସିଡାଇଜଡ୍ ଗହଣା ପିନ୍ଧନ୍ତୁ ।
୫- ଡବଲ୍ ଲେୟାର୍ ଚନିଆ ଚୋଲି ମଧ୍ୟ ଟ୍ରେଣ୍ଡରେ ରହିଛି । ଗାଢ଼ା ରଙ୍ଗର ଲେହେଙ୍ଗା ସହିତ କଣ୍ଟ୍ରାଷ୍ଟ୍ ରଙ୍ଗର ଚୋଲି ଟ୍ରାଏ କରନ୍ତୁ । ଏହା ବେଶ୍ ଫ୍ୟାଶନେବୁଲ୍ ଲୁକ୍ ଦେଇଥାଏ । ଏହା ସହିତ ଅଣ୍ଟାରେ ହେଭି ଟେସଲ୍ଯୁକ୍ତ କମରବନ୍ଧ ପିନ୍ଧିବାକୁ ଭୁଲନ୍ତୁ ନାହିଁ ।
୬- ନବରାତ୍ରୀରେ ଦାଣ୍ଡିଆ ଉତ୍ସବରେ ଗରବା ପ୍ରିଣ୍ଟ୍ ଆଉଟଫିଟର ଚାହିଦା ସବୁଠାରୁ ଅଧିକ ଥାଏ ।