କୋଭିଡ୍‍୧୯ ମୁକାବିଲା: ବେଦାନ୍ତ ପକ୍ଷରୁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି

ଭୁବନେଶ୍ୱର, (ଓଟି): କୋଭିଡ୍‌-୧୯ କରୋନା ମୁକାବିଲା ଲାଗି ବେଦାନ୍ତ ଲିମିଟେଡ୍ ପକ୍ଷରୁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରାଯାଇଛି । ଏହି ପାଣ୍ଠିକୁ ତିନୋଟି ପ୍ରମୁଖ କ୍ଷେତ୍ର-ଦିନ ମଜୁରିଆ, କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ଜୀବନଜୀବିକା, ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ପଦକ୍ଷେପ ପାଇଁ ବ୍ୟବହାର କରାଯିବ ଏବଂ କଂପାନୀର କାରଖାନା ଆଖପାଖରେ ଥିବା ଗୋଷ୍ଠୀଙ୍କୁ ସମୟୋପଯୋଗୀ ସହାୟତା ପ୍ରଦାନ ଲାଗି ବିନିଯୋଗ କରାଯିବ ବୋଲି ବେଦାନ୍ତ ରିସୋର୍ସ ଲିମିଟେଡ୍ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ୍ କହିଛନ୍ତି ।
“ବର୍ତମାନ ସାରା ଦୁନିଆ କୋଭି-୧୯ ବିରୋଧରେ ଜୋରଦାର ଲଢ଼େଇ କରୁଛି । ଏହି ଭୂତାଣୁ ବ୍ୟାପିବାକୁ ରୋକିବା ଲାଗି ଭାରତ ସରକାରଙ୍କ ସହିତ ରାଜ୍ୟ ସରକାରମାନେ ଉଦାହରଣ ସୃଷ୍ଟି କରିବା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଗୁରୁତ୍ୱପୂର୍ଣ୍ଣ ଯେ କର୍ପୋରେଟ୍ ସଂସ୍ଥାଗୁଡ଼ିକ ଏହି ବିନାଶକାରୀ ଭୂତାଣୁ ବିରୋଧରେ ଲଢ଼େଇ କରିବାରେ ସାଧ୍ୟ ମତେ ସହାୟତା କରିବା ଦରକାର ଯଦ୍ୱାରା ଦେଶ ପାଖରେ ଏହାର ନାଗରିକଙ୍କ ଉଭୟ ମେଡିକାଲ୍ ଓ ଆର୍ଥିକ ସହାୟତାର ଯତ୍ନ ନେବା ଲାଗି ଆବଶ୍ୟକ ପରିମାଣର ସମ୍ବଳ ରହିବ । ବେଦାନ୍ତ ତରଫରୁ ଏହି ଫଣ୍ଡ ହେଉଛି ପ୍ରଥମ ପଦକ୍ଷେପ ଏବଂ ଦରକାର ପଡ଼ିଲେ ଆମେ ଏହି ପାଣ୍ଠିର ପରିମାଣ ବଢ଼ାଇବୁ । ପୁନଶ୍ଚ, ଯଦି କିଛି ଜୀବନଜୀବିକା ହାନି ହୁଏ ତେବେ ବିଭିନ୍ନ ଅଂଚଳରେ ଥିବା ସମାଜକୁ ଆମେ ସହାୟତା ପ୍ରଦାନ କରିବୁ । ମୂଁ ଦେଶର ସମସ୍ତ ନାଗରିକଙ୍କୁ ସୁରକ୍ଷିତ ରହିବ ଓ ଦାୟିତ୍ୱବାନ ହେବା ପାଇଁ ଆହ୍ୱାନ ଦେଉଛି ଏବଂ ମୁଁ ଆମର ଲୋକମାନଙ୍କ ପାଇଁ ବହୁତ ଚିନ୍ତିତ କିନ୍ତୁ ଆମକୁ ସକରାତ୍ମକ ରହିବାକୁ ହେବ ଏବଂ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ, ଆମେ ଦୃଢ଼ ଭାବେ ଉଭା ହେବା ।ବୋଲି ଶ୍ରୀ ଅଗ୍ରୱାଲ୍‍ ।
ଅନ୍ୟ ପଦକ୍ଷେପ ସ୍ୱରୂପ, ଏହି ସଙ୍କଟମୟ ସମୟରେ ବେଦାନ୍ତ ଦରମା କମ୍ କରିବ ନାହିଁ କିମ୍ବା କୌଣସି କର୍ମଚାର, ଏଭଳିକି ଅସ୍ଥାୟୀ କର୍ମଚାରୀମାନଙ୍କୁ ମଧ୍ୟ ଛଟେଇ କରିବନି । କୋଭିଡ୍‌-୧୯ ବିରୋଧରେ ସୁରକ୍ଷା ପାଇଁ ବେଦାନ୍ତ ଏହାର କର୍ମଚାରୀ ଏବଂ ପରିବାରଗୁଡ଼ିକୁ ସ୍ୱତନ୍ତ୍ର ଓ ଏକକାଳୀନ ବୀମା ସୁବିଧା ପ୍ରଦାନ କରିବ । ଆମର ସମସ୍ତ ଭ୍ରାମ୍ୟମାଣ ଭ୍ୟାନ୍ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ ଏବଂ ବ୍ୟବସାୟ ୟୁନିଟ୍‌ଗୁଡ଼ିକ ଆମ କାରଖାନା ଆଖପାଖରେ ଥିବା ଚା’ ଓ ପନିପରିବା ବିକ୍ରେତା ଭଳି ଦିନ ମଜୁରିଆଙ୍କ ଜୀବିକା ପ୍ରତି ସହଯୋଗ ପ୍ରଦାନ କରିବେ ।

Leave a Reply

Your email address will not be published.