କେଦାରନାଥଙ୍କ ଦ୍ଵାର ଖୋଲିଲା
ଅକ୍ଷୟ ତୃତୀୟଠାରୁ ଆରମ୍ଭ ହୋଇଥିବା ବିଶ୍ଵର ଦୀର୍ଘତମ ଯାତ୍ରା ‘ଚାରିଧାମ’ ଯାତ୍ରାରେ ପ୍ରଭୁଶ୍ରୀ କେଦାରନାଥଙ୍କ ଦ୍ଵାରା ଆଜି ଖୋଲିଛି। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଥିବା କେଦାରନାଥ ମନ୍ଦିରରେ ଏଥିପାଇଁ ବିଶେଷ ଆୟୋଜନ କରାଯାଇଥିଲା। ସକାଳ ୫ଟା ୩୦ ମିନିଟ୍ ସମୟରେ ଏହି ଦ୍ଵାର ଖୋଲା ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ୬ ମାସ ଧରି ଚାଲିବାକୁ ଥିବା ଏହି ସ୍ଵତନ୍ତ୍ର ଚାରିଧାମ ଯାତ୍ରା ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ।
୧୭୭୫୫ ଫୁଟ ଉପରେ ଥିବା ଏହି ମନ୍ଦିର ବରଫାବୃତ୍ତ ରହିଥିଲେ ବି ଯାତ୍ରାକୁ ଆଖିରେ ରଖି ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ସଫା କରାଯାଇଛି। ଚାରିଧାମ ଦର୍ଶନର ଏହା ପ୍ରାରମ୍ଭ ଦର୍ଶନ ବୋଲି ଗ୍ରହଣ କରାଯାଏ। ପ୍ରସିଦ୍ଧ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗଙ୍କ ଭିତରୁ ଏହା ଅନ୍ୟତମ। ଏହାଙ୍କ ପେର ବଦ୍ରିନାଥ ଯାହାଙ୍କୁ ଭଗବାନ ବିଷ୍ଣୁଙ୍କ ନିବାସସ୍ଥଳୀ ଭାବେ ଗ୍ରହଣ କରାଯାଏ। ପୂର୍ବରୁ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଦର୍ଶନ ପାଇଁ ଦ୍ଵାର ଉନ୍ମୁକ୍କତ କରାଯାଇଛି। ଧର୍ମୀୟ ଭାବନା ସହ ଏଠାର ପରିବେଶ ଅନେକ ସମୟରେ ଲୋକଙ୍କୁ ଆକ୍ୟଷ୍ଟ କରିଥାଏ। ମେ ୧୦ ତାରିଖରେ ବଦ୍ରିନାଥଙ୍କ ଦ୍ଵାର ଖୋଲିବା କାର୍ଯ୍ୟକ୍ରମ ରହିଛି।
ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ହଜାର ଅସ୍ଥାୟୀ ତମ୍ଭୁ ନିର୍ମାଣ କରାଯାଇଛି। ଏଠାରେ ଭକ୍ତମାନେ ରହିବା ପାଇଁ ସବୁ ବ୍ୟବସ୍ଥା କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।
୬ ମାସ ଧରି ପ୍ରଭୁ କେଦାରନାଥଙ୍କୁ ତାଙ୍କ ଶୀତ ନିବାସସ୍ଥଳୀ ଉଖି ମଣ୍ଡରେ ସ୍ଥାପନ କକରାଯାଇଥିଲା। ପରମ୍ପରା ଅନୁସାରେ ତାଙ୍କୁ ବୁଧବାର ଦିନ ସୋରୁ ଏକ ସୁ ସଜ୍ଜିତ ପାଲିଙ୍କିରେ ଅଣାଯାଇ କେଦାରନାଥ ମନ୍ଦିରରେ ସ୍ଥାପନ କରାଯାଇଛି। ଏଥିପାଇଁ ସ୍ଵତନ୍ତ୍ର ଭୈରବନାଥ ପୂଜା କରାଯାଇଥିଲା। ଭୈରବ ମନ୍ଦିର ଖେଶଲିବା ପରେ ଅଖଣ୍ଡ ଜ୍ୟୋତି ପଜା ହେବ, ଯାହା ଭକ୍ତଙ୍କ ପାଇଁ ଏକ ଆକର୍ଷଣ ପାଲଟିଥାଏ।