ଉତ୍ପାଦନ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଛି ଡାଲ୍‍ମିଆ ରିଫ୍ରାକ୍‍ଟରୀ

ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ରିଫ୍ରାକ୍ଟରି କଂପାନି ତଥା ଡାଲମିଆ ଭାରତ ଗ୍ରୁପ୍‌ର ଏକ ଅଂଶ ଡାଲମିଆ ଓସିଏଲ୍ ଏହାର ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ଥିବା କାରଖାନାକୁ ପୁଣି ଥରେ ଚାଲୁ କରିବା ଲାଗି ଓଡ଼ିଶା ସରକାରଙ୍କ ଠାରୁ ଅନୁମୋଦନ ହାସଲ କରିଛି । କାରଖାନା ପୁନର୍ବାର ଚାଲୁ ହେବା ପ୍ରକ୍ରିୟାରେ ରହିଥିବା ବେଳେ ସାମାଜିକ ଦୂରତ୍ୱ, ପରିମଳ, ଖାଦ୍ୟର ଉପଲବ୍ଧତାର, କାରଖାନା / ବ୍ୟବସ୍ଥା ପରିସରରେ ଉପଯୁକ୍ତ ପରିମାଣର ମାସ୍କ ଓ ସାନିଟାଇଜର୍ ଉପଲବ୍ଧତା ଭଳି ସ୍ୱାସ୍ଥ୍ୟ ପଦକ୍ଷେପକୁ ନେଇ ରହିଥିବା ନିୟମଗୁଡ଼ିକୁ ମଧ୍ୟ କଠୋର ଭାବେ ପାଳନ କରୁଛି ।
ସାମାଜିକ ଦୂରତ୍ୱ ଓ ପରିମଳକୁ ନେଇ ସରକାରଙ୍କ ରହିଥିବା ନିୟମକୁ କଠୋର ଭାବେ ପାଳନ କରିବାକୁ ନିଶ୍ଚିତ କରାଯାଉଥିବା ବେଳେ ଏହି ରିଫ୍ରାକ୍ଟରି ତିନିଟି ସିଫ୍‌ଟରେ ୯୦୦ କର୍ମଚାରୀଙ୍କୁ ନେଇ ଚାଲିବ । ୧୦୬ କେଏମ୍‌ଟି କ୍ଷମତା ଥିବା ଏହି କାରଖାନାରେ ସାଧାରଣ ଦିନଗୁଡ଼ିକରେ ପ୍ରାୟ ୨୭୦୦ ଲୋକ ନିୟୋଜିତ ହେଉଥିଲେ । କାର୍ଯ୍ୟାଳୟ, କର୍ମସ୍ଥଳୀ, କାରଖାନା ଏବଂ ସଂସ୍ଥାରେ ସାମାଜିକ ଦୂରତ୍ୱ ବଜାୟ ରଖିବାର ସାଧାରଣ ପରିଚାଳନା ଶୈଳୀ ଅନୁସାରେ ରିଫ୍ରାକ୍ଟରି ପରିଚାଳିତ ହେବ । କାରଖାନା ଭିତରେ ଓ ବାହାରେ ମାସ୍କ ପରିଧାନ କରିବା, ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର୍‌ର ଉପଯୁକ୍ତ ବ୍ୟବସ୍ଥା କରିବା, କମନ ରୁମ୍‌କୁ ନିୟମିତ ସଫା କରିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସିଫ୍‌ଟ ଭିତରେ ଏକ ଘଂଟାର ବ୍ୟବଧାନ ରଖିବା ଏବଂ ଭିଡ଼କୁ ନିଷିଦ୍ଧ କରିବା ଆଦିକୁ ନେଇ ସରକାର ଜାରି କରିଥିବା ସମସ୍ତ ନିର୍ଦେଶାବଳୀକୁ ପାଳନ କରାଯାଉଛି ।
କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କର୍ମଚାରୀଙ୍କ ନିମନ୍ତେ କଂପାନି ତରଫରୁ ମେଡିକାଲ୍ ବୀମା କରାଯିବ । ପୁନଶ୍ଚ, ବାହାରୁ ଆସିଥିବା ଶ୍ରମିକ ମାମଲାରେ ସାଧାରଣ ପରିବହନ ବ୍ୟବସ୍ଥା ଉପରେ ନିର୍ଭରଶୀଳ ନରହି ସେମାନଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରାଯିବ । ଏହି ଗାଡ଼ିଗୁଡ଼ିକ କ୍ଷମତାର ୩୦-୪୦%ରେ ପରିଚାଳିତ ହେବା ପାଇଁ ଅନୁମତି ଦିଆଯିବ ।
କୋଭିଡ୍‌-୧୯ ବିରୋଧ ଲଢ଼େଇ ପାଇଁ ଜାତୀୟ ସ୍ତରରେ ଲକଡାଉନ୍ ଘୋଷଣା କରାଯିବା ପରେ କାରଖାନା ବନ୍ଦ ରହିଥିଲା । ଏହି ସମୟ ଭିତରେ ଡାଲମିଆ କାରଖାନା ତରଫରୁ ଚୁକ୍ତି ଭିତିକ କର୍ମଚାରୀଙ୍କ ପାଇଁ ମାସରେ ଦୁଇ ଥର ଦରମା ଜାରି କରିବା, ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଣ ସହିତ କର୍ମଚାରୀମାନଙ୍କ ଦାୟିତ୍ୱ ନିଆଯାଉଥିବା ବେଳେ କାରଖାନା ଚାଲୁ ହେବା ପରେ ଦିନ ମଜୁରିଆମାନଙ୍କୁ ବହୁ ଆବଶ୍ୟକ ଆଶ୍ୱସ୍ତି ଓ ଆର୍ଥିକ ସହାୟତା ମିଳିପାରିବ ।
ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ କଂପାନି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିବ ।

Leave a Reply

Your email address will not be published. Required fields are marked *