ଆରପାରିରେ ‘ମାଲ୍‌ଗୁଡ଼ି ଡେଜ୍’ର ଅଭିନେତା ଲୋକନାଥ

ପ୍ରଖ୍ୟାତ ଟେଲି ଧାରାବାହିକ ‘ମାଲ୍‌ଗୁଡ଼ି ଡେଜ୍’ ଓ କନ୍ନଡ୍ ଫିଲ୍ମର ଲୋକପ୍ରିୟ ଅଭିନେତା ସି.ଏଚ୍. ଲୋକନାଥ ସବୁଦିନ ପାଇଁ ଅଭିନୟ ଜଗତରୁ ବିଦାୟ ନେଇଛନ୍ତି । ୯୧ ବର୍ଷୀୟ ଲୋକନାଥ କାର୍ଡିଆଟିକ୍ ଆରେଷ୍ଟ୍ରେ ମୃତ୍ୟୁବରଣ କରିଥିଲେ ବୋଲି ତାଙ୍କର ପୁଅ ଅଶ୍ୱିନ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

୬୫୦ରୁ ଊଦ୍ଧ୍ୱର୍ ଫିଲ୍ମ ଏବଂ ୧୦୦୦ରୁ ଅଧିକ ନାଟକରେ ଲୋକନାଥ ତାଙ୍କ ଅଭିନୟର ପରାକାଷ୍ଠା ପ୍ରମାଣ କରିଥିଲେ। ୧୯୭୦ରେ ମୁକ୍ତିଲାଭ କରିଥିବା ଲୋକନାଥଙ୍କ ଡେବ୍ୟୁ ଫିଲ୍ମ ‘ସଂସ୍କାରା’କୁ ନ୍ୟାସ୍‌ନାଲ୍‌ ଆୱାର୍ଡ଼ ମିଳିଥିଲା । ୬ ଦଶକ ପର୍ଯ୍ୟନ୍ତ ଲୋକନାଥଙ୍କୁ ଜଣେ ହାସ୍ୟ କଳାକାର ଭାବେ ଦର୍ଶକ ବହୁତ ପସନ୍ଦ କରିଥିଲେ । ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ କଳାକାର ତାଙ୍କର ଅନ୍ତିମ ଦର୍ଶନ ପାଇଁ ଆସିଛନ୍ତି ।

ଆଲିଆଙ୍କ ନାଇଟ୍ ସୁଟ୍ ୨ ଲକ୍ଷ

Leave a Reply

Your email address will not be published. Required fields are marked *