ଅତିଥି କଳାକାର ଅମୀର୍
ବି ଟାଉନର ମିଷ୍ଟର୍ ପରଫେକ୍ଟ ଅମୀର୍ ଖାନ୍ ବଲିଉଡ୍ର ଅପକମିଙ୍ଗ୍ ଫିଲ୍ମ ‘ଛିଛୋରେ’ରେ ଅତିଥି କଳାକାର ଭାବେ ଦର୍ଶକଙ୍କ ସାମନାକୁ ଆସିବେ । ବହୁଦିନର ବ୍ୟବଧାନ ପରେ ନିର୍ଦ୍ଦେଶକ ନିତେଶ ତିୱାରୀ ‘ଛିଛୋରେ’ ମାଧ୍ୟମରେ ବଲିଉଡକୁ ଫେରୁଛନ୍ତି । ଏହା ପୂର୍ବରୁ ନିତେଶ ବ୍ଲକବଷ୍ଟର୍ ଫିଲ୍ମ ‘ଦଙ୍ଗଲ’ର ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ମୁଖ୍ୟ ଭୂମିକାରେ ଥିଲେ ଅମୀର୍ ଖାନ୍ । ଏହି ଫିଲ୍ମ ପରଠାରୁ ଅମୀର୍ ଓ ନିତେଶ ପରସ୍ପର ସହ ଆଉ ଏକ ଫିଲ୍ମ କରିବେ ବୋଲି ଆଶା ରଖିଥିଲେ । ଦୁଇଜଣଙ୍କ ସେହି ଆଶା ଏବେ ପୁରଣ ହୋଇଯାଇଛି । ‘ଛିଛୋରେ’ର ସ୍ପ୍ରିପ୍ଟ ନେଇ ନିତେଶ୍ ଅମୀର୍ଙ୍କ ପାଖକୁ ଯାଇଥିଲେ ।
ଫିଲ୍ମର କାହାଣୀ ଅମୀର୍ଙ୍କୁ ଖୁବ୍ ପସନ୍ଦ ହୋଇଥିଲା ଏବଂ ଏଥିରେ ଅତିଥି କଳାକାର ଭାବେ ଅଭିନୟ କରିବା ଅଫର୍ ପାଇ ଅମୀର୍ ସାଙ୍ଗେ ସାଙ୍ଗେ ରାଜି ହୋଇଯାଇଥିଲେ । ଏଥିରେ ସୁଶାନ୍ତ ସିଂ ରାଜପୁତ ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ଫିଲ୍ମ ‘ପିକେ’ରେ ଅମୀର୍ ଓ ସୁଶାନ୍ତ ସ୍କ୍ରୀନ୍ ସେୟାର୍ କରି ସାରିଛନ୍ତି ।