୧୦କୋଟିର ଅଫରକୁ ନା କହିଲେ କାର୍ତ୍ତିକ

ଆଜିକାଲି କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ଲୁକାଛୁପି’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହା ପୂର୍ବରୁ କାର୍ତ୍ତିକଙ୍କ ଅଭିନୀତ ଫିଲ୍ମ ‘ସୋନୁ କି ଟିଟୁ କି ସ୍ୱିଟି’ ବକ୍ସ ଅଫିସରେ ଦମଦାର ବ୍ୟବସାୟ କରିଥିଲା । ୧୦୦କୋଟିରୁ ଅଧିକ ବ୍ୟବସାୟ କରିଥିବା ଏହି ଫିଲ୍ମ ଯୋଗୁଁ ଏବେ କାର୍ତ୍ତିକଙ୍କ ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ ଏକ ଫିଲ୍ମ ସାଇନ୍ କରିବା ପାଇଁ ତାଙ୍କୁ ୧୦କୋଟି ଟଙ୍କାର ଅଫର୍ ମିଳିଥିଲା । କିନ୍ତୁ କାର୍ତ୍ତିକ ସେହି ଅଫର୍କୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।

ଏକ ସାକ୍ଷାତକାରରେ ଏ ସମ୍ପର୍କରେ କାର୍ତ୍ତିକ କହିଛନ୍ତି ଯେ ‘ସେହି ଫିଲ୍ମରେ ଯେଉଁ ଭୂମିକା ପାଇଁ ମୋତେ ଅଫର୍ ଆସିଥିଲା, ମୁଁ ସେଥିରେ ଫିଟ୍ ହେବିନାହିଁ । ତେଣୁ ମୁଁ ୧୦କୋଟି ଟଙ୍କାର ଅଫର୍କୁ ଏଡ଼ାଇ ଦେଇଥିଲି’ । କାର୍ତ୍ତିକଙ୍କ ଏଭଳି ଉତ୍ତର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । କାର୍ତ୍ତିକଙ୍କ ଆଗାମୀ ଫିଲ୍ମ ‘ଲୁକାଛୁପି’ ଆସନ୍ତା ମାର୍ଚ୍ଚ ୧ ତାରିଖରେ ସିନେମାଘରକୁ ଆସିବ । ଏଥିରେ କାର୍ତ୍ତିକଙ୍କ ସହ କୃତି ସେନନ୍, ଅପାରଶକ୍ତି ଖୁରାନା, ବିନୟ ପାଠକ ଓ ପଙ୍କଜ ତ୍ରିପାଠୀ ମଧ୍ୟ ଅଛନ୍ତି ।

Leave a Reply

Your email address will not be published.