ହୀନା ଖାନ୍‌ଙ୍କ ଭଳି ସୁନ୍ଦରତା ଚାହୁଁଛନ୍ତି, ଆପଣାନ୍ତୁ ଏହି କିଛି ଉପାୟ

ବି ଟାଉନର ସଂଘର୍ଷମୟ ଧାରାରୁ ବାହାରି ଆସି ଧୀରେ ଧୀରେ ହୀନା ଖାନ୍ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଅନ୍‌ସ୍କ୍ରିନ୍‌ ହେଉ କି ଅଫ୍‌ ସ୍କ୍ରିନ୍‌ ହୀନାଙ୍କ ସୁନ୍ଦରତାର ଚର୍ଚ୍ଚା ସବୁବେଳେ ଲାଇମ୍‌ଲାଇଟ୍‌ରେ ରହିଆସିଛି । ହୀନାଙ୍କ ଏହି ନ୍ୟାଚୁରାଲ୍ ବିୟୁଟିର ରହସ୍ୟ ହେଉଛି ଘରୋଇ ପ୍ରସାଧନ ସାମଗ୍ରୀ ଓ ପର୍ଯ୍ୟାପ୍ତ ପରିମାଣରେ ପାଣି ।

ଏ ସମ୍ପର୍କରେ ହିନା କହିଛନ୍ତି ଯେ ସେ କେବେ ମଧ୍ୟ ମହଙ୍ଗା ବିୟୁଟି ପ୍ରଡକ୍ଟକୁ ପସନ୍ଦ କରନ୍ତି ନାହିଁ । ବିୟୁଟି ପ୍ରଡକ୍ଟଗୁଡ଼ିକ ଦାମୀ ଓ ଭଲ କମ୍ପାନୀର ହୋଇଥିଲେ ମଧ୍ୟ ଏହା ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଏହାଠାରୁ ଦୂରେଇ ରହିବା ଉଚିତ୍ । ଏହା ସହିତ ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ୍ ବୋଲି ହୀନା କହିଛନ୍ତି । ପାଣି ପିଇବା ଦ୍ୱାରା ତ୍ୱଚାରେ ଥିବା ମଇଳା ଅଂଶ ବାହାରି ଆସିଥାଏ, ଯାହାକି ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ ।

ହୀନା ତାଙ୍କର ବିୟୁଟି ସିକ୍ରେଟ୍ ସେୟାର୍ କରି କହିଛନ୍ତି ଯେ – ସେ ପ୍ରତିଦିନ ସକାଳୁ ଉଠିବା ପରେ ଗୋଲାପ ଜଳରେ ମୁହଁ ଧୋଇଥାନ୍ତି । ଏହା ପ୍ରସ୍ତୁତ କରିବା ଖୁବ୍ ସହଜ । ରାତିରେ ତାଜା ଗୋଲାପ ଫୁଲର ପାଖୁଡାକୁ ଗରମ ପାଣିରେ ପକାଇ ଫୁଟାନ୍ତୁ । ଭଲ ଭାବେ ଫୁଟିବା ପରେ ତାହାକୁ ସାରା ରାତି ଥଣ୍ଡା ହେବାକୁ ଦିଅନ୍ତୁ । ସକାଳେ ମୁହଁ ଧୋଇବା ସମୟରେ ସେହି ପାଣିକୁ ବ୍ୟବହାର କରନ୍ତୁ । ତାହେଲେ ଆଉ ଡେରି କାହିଁକି, ହୀନାଙ୍କ ଏହି ବିୟୁଟି ଟିପ୍ସ ଆପଣ ନିଶ୍ଚିତଭାବେ ଟ୍ରାଏ କରନ୍ତୁ ଓ ପାଆନ୍ତୁ ହିନାଙ୍କ ଭଳି ଚମକଦାର୍ ତ୍ୱଚା ।

ଏକତାଙ୍କ ପାଇଁ ସନ୍ତାନ କେବଳ ଫ୍ୟାଶନ୍ କି? ଟ୍ରୋଲ୍ ହେଉଛନ୍ତି ଏକତା କପୁର୍ 

Leave a Reply

Your email address will not be published. Required fields are marked *