ହାଇଟେକ୍ ମେଡିକାଲ୍ କଲେଜ୍କୁ ଛାଟ: ନିୟମ ମାନ ନହେଲେ ଅନୁମୋଦନ ପ୍ରତ୍ୟାହାର
ଭୁବନେଶ୍ଵର, (ଓଟି): ହାଇଟେକ୍ ମେଡିକାଲ୍ କଲେଜ୍ର ମନମୁଖୀ ଆଚରଣକୁ ସରକାର କଡ଼ା ଜବାବ ଦେଇଛନ୍ତି। ଓଜେଇଇ ତଥା ସରକାରୀ ନିୟମକୁ ଉଲ୍ଲଙ୍ଘନ କରି କଲେଜ କର୍ତ୍ତୃପକ୍ଷ ଯେଉଁ ଚାଲାକି କରୁଛନ୍ତି ତାହା ଉପରେ ରୋକ୍ ଲଗାଇବାକୁ ଚାହିଁଛନ୍ତି ସରକାର। ଏହିକ୍ରମରେ ଏକ ଚରମପତ୍ର ଲେଖି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛନ୍ତି ଯେ, ସରକାରଙ୍କ ଦ୍ଵାରା ତିଆରି ନିୟମକୁ ମାନିବାକୁ କଲେଜ କର୍ତ୍ତୃପକ୍ଷ ବାଧ୍ୟ। ଏହାକୁ ଅତିକ୍ରମ କରି ଯଦି କର୍ତ୍ତୃପକ୍ଷ କୌଣସି ଫି’ ବୃଦ୍ଧି ସମ୍ପର୍କିତ ଆଇନଗତ କାଗଜରେ ବାଧ୍ୟତାମୂଳକ ଦସ୍ତଖତ କରାଉଛନ୍ତି ତାହା ଅମୂଳକ। ଏଥିରୁ କଲେଜ ବିରତ ନରହିଷଲ ଆଗକୁ ଅନୁମୋଦନ ପ୍ରତ୍ୟାହାର ପ୍ରସଙ୍ଗ ବି ରହିଥିବା ଜଣାଇ ଦିଆଯାଇଛି।
ଏହି ଚିଠିରେ କୁହାଯାଇଛି ଯେ, କିଛଇ ଅଭିଭାବକ ଏନେଇ ସରକାରଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଓଜେଇଇ କାଉନ୍ସେଲିଂ ପରେ ସେମାନେ ହାଇଟେକ୍ରେ ଆଡ୍ମିଶନ କରିଥିଲେ ମଧ୍ୟ ତାଙ୍କୁ ଭବିଷଞତରେ ଫି’ ବୃଦ୍ଧି ନେଇ ଏକ ନିର୍ଦିଷ୍ଟ କାଗଜରେ ଦସ୍ତଖତ କରିବାକୁ କୁହାଯାଉଛି। କେତେକଙ୍କୁ କଲେଜରେ ୖାଡ୍ମିଶନ କରାଯାଉ ନାହିଁ ।ସେମାନଙ୍କ ଆବେଦନକୁ ଗ୍ରହଣ କରାଯାଉ ନାହିଁ। ଏସବୁ ବେଆଇନ କାର୍ଯ୍ୟ। ସରକାର ଯେଉଁ ଫି’ ଧାର୍ଯ୍ୟ କରିଛନ୍ତି ତାହାକୁ କଲେଜ କର୍ତ୍ତୃପକ୍ଷ ମାନିବାକୁ ବାଧ୍ୟବୋଲି ସରକାରଙ୍କ ଏହି ପତ୍ର ଦର୍ଶାଇଛି।