ସ୍ମାର୍ଟ ସିଟିରେ ଭଡ଼ାରେ ମିଳିବ ସ୍ମାର୍ଟ ବାଇକ

ଭୁବନେଶ୍ୱରରେ ଡ୍ରପ ୟୁ.କମ୍ ପକ୍ଷରୁ ଭଡ଼ାରେ ଯୋଗାଇ ଦିଆଯିବ ବାଇକ। ପରିବହନ କମିଶନର ସଂଜୀବ ପଣ୍ଡା ପତକା ଦେଖାଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

ଅନ ଲାଇନରେ ବୁକ କରି ପ୍ରତି ଘଣ୍ଟାକୁ ୩୬ଟଙ୍କାରୁ ଆରମ୍ଭ କରି ଦିନକୁ ୩୫୦ ଟଙ୍କା ଯାଏ ଟଙ୍କା ଦେଇ ବାଇକ ନେଇପାରିବେ । ବିଭିନ୍ନ ଟାରିଫ ରେଟ ଏହା ଉପଲବ୍ଧ ହେବ। ସ୍କୁଟର ଠାରୁ ଆରମ୍ଭ କରି ପ୍ରିମିୟମ ବାଇକ ୩୫୦ ସିସି ମଧ୍ୟ ଗ୍ରାହକ ଅନଲାଇନରେ www.dropu.com ଦ୍ୱାରା ବୁକ କରିପାରିବେ।

ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ମାର୍ଟ ବାଇକର ବ୍ୟବସ୍ଥା ଭାବେ ଜିପିଆରଏସ ସଂଯୋଗ କରାଯାଇଛିା ପ୍ରାଥମିକ ଭାବେ ୧୮ଟି ସ୍କୁଟି ଓ ବାଇକ ଭଡ଼ାରେ ମିଳିବ। ବିଶେଷକରି ବାହାର ରାଜ୍ୟରୁ ଆସୁଥିବା ପଯ୍ୟର୍ଟକ ଏହି ଯୋଜନାରେ ଲାଭ ପାଇପାରିବେ।

Leave a Reply

Your email address will not be published.