ରାଜ୍ୟସଭାକୁ ନିର୍ବାଚିତ ହେଲେ ଅଶ୍ୱିନୀ, ସସ୍ମିତ ଏବଂ ଅମର
ଭୁବନେଶ୍ୱର, (ଓଟି): ରାଜ୍ୟସଭା ଉପ ନିର୍ବାଚନ ଲାଗି ଓଡ଼ିଶାରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଅଶ୍ୱିନୀ ବୈଷ୍ଣବ, ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ବିଜେତା ଘୋଷଣା ହୋଇଛନ୍ତି । ସେମାନଙ୍କ ବିପକ୍ଷରେ ଅନ୍ୟ କେହି ପ୍ରତିଦ୍ୱନ୍ଦ୍ୱୀ ନାମାଙ୍କନ ଦାଖଲ କରି ନଥିଲେ । ଶୁକ୍ରବାର ରିଟର୍ଣ୍ଣିଂ ଅଧିକାରୀ ବିପି ମିଶ୍ର ଏହି ତିନିଜଙ୍କୁ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।
ଶ୍ରୀ ବୈଷ୍ଣବ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାବେଳେ ଉଭୟ ସସ୍ମିତ ଏବଂ ଅମର ବିଜେଡିର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିଲେ । ବିଜେଡି ନେତା ପ୍ରତାପ ଦେବ, ଅଚ୍ୟୁତ ସାମନ୍ତ ଏବଂ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପରେ ଏହି ତିନି ଆସନ ଲାଗି ୁପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ତିନିଜଙ୍କ ଭିତରୁ ରାଜ୍ୟସଭାରେ ପ୍ରତାପଙ୍କ କାର୍ଯ୍ୟକାଳ୨୦୨୨ରେ ଶେଷ ହେବାକୁ ଥିବାବେଳେ ସୌମ୍ୟ ଏବଂ ଅଚ୍ୟୁତଙ୍କ କାର୍ଯ୍ୟକାଳ ୨୦୧୪ରେ ଶେଷ ହେବାକୁ ଥିଲା । ଏହି ସମୟରେ ସେମାନଙ୍କ ସାଧାରଣ ନିର୍ବାଚନ ଲାଗି ଖୋଜା ପଡ଼ିଥିଲା । ଅଚ୍ୟୁତଙ୍କ ଦଳ କନ୍ଧମାଳରୁ ପ୍ରାର୍ଥୀ କରି ଲୋକସଭାକୁ ନିର୍ବାଚିତ କରିଥିବାେବେଳେ ସୌମ୍ୟ ଏବଂ ପ୍ରତାପ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
ପ୍ରତାପଙ୍କ ସ୍ଥାନରେ ସସ୍ମିତ ପାତ୍ରଙ୍କୁ ଦଳ ପ୍ରାର୍ଥୀ କରାଇଛି । ଅର୍ଥାତ୍ ସସ୍ମିତଙ୍କ କାର୍ଯ୍ୟକଳ ରାଜ୍ୟସଭାରେ ୨୦୨୨ ଯାଏ ଅର୍ଥାତ୍ ୩ ବର୍ଷ ଲାଗି ରହିବ ।