ବିଗ୍ ବି ଓ ଅକ୍ଷୟଙ୍କ ପଦାଙ୍କରେ ଆୟୁଷ୍ମାନ୍

ଏବେ ବଲିଉଡର ବିଜି ଅଭିନେତା ତାଲିକାରେ ଆୟୁଷ୍ମାନଙ୍କ ନାମ ସାମିଲ୍ ହୋଇସାରିଛି । ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ ଦେଇ ଚାଲିଥିବା ଯୋଗୁଁ ସୋସିଆଲ୍ ମିଡିଆରେ ଆୟୁଷ୍ମାନଙ୍କ ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍ ଅଛି । କୌଣସି ନା କୌଣସି ଖବର ପାଇଁ ସେ ସବୁବେଳେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ଏହି ଧାରାରେ ଏବେ ଆଉ ଏକ ଖବର ଆସିଛି ଯେ ସେ ବିଗ୍ ବି ଓ ଅକ୍ଷୟଙ୍କ ପଦାଙ୍କ ଅନୁସରଣ କରୁଛନ୍ତି । ଏଭଳି ଏକ ଖବର ପଛର କାରଣ ହେଉଛି ଶୀଘ୍ରରୁ ଅତିଶୀଘ୍ର ସୁଟିଂ ସମ୍ପୂର୍ଣ୍ଣ କରିବା ।

ଗତ ୩ ମାସ ମଧ୍ୟରେ ଆୟୁଷ୍ମାନ୍ ୩ଟି ଫିଲ୍ମର ସୁଟିଂ ପୁରଣ କରିଛନ୍ତି । ଖୁବ୍ କମ୍ ଦିନରେ ବିଗ୍ ବି ଓ ଅକ୍ଷୟ ସେମାନଙ୍କର ଫିଲ୍ମର ସୁଟିଂ ଶେଷ କରିଥାନ୍ତି । ଏହି ଗୁଣ ପାଇଁ ତାରକାଦ୍ୱୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ତେବେ ଆୟୁଷ୍ମାନ୍ ମଧ୍ୟ ଏହି ତାଲିକାରେ ନିଜକୁ ସାମିଲ୍ କରି ନେଇଛନ୍ତି । ମାତ୍ର ୪୮ ଦିନ ମଧ୍ୟରେ ସେ ‘ଡ୍ରିମଗାର୍ଲ’ର ସୁଟିଂ ସେଡ୍ୟୁଲ୍ ପୁରଣ କରିଥିବାର ସୂଚନା ମିଳିଛି । କୌଣସି ବ୍ରେକ୍ ନନେଇ ଲଗାତାର ସେ ୩ଟି ଫିଲ୍ମର ସୁଟିଂ ସାରି ଘରକୁ ଫେରିଛନ୍ତି । ଅଳ୍ପ କିଛିଦିନ ବ୍ୟବଧାନ ପରେ ସେ ପୁଣି ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ୍’ର ସୁଟିଂ ଆରମ୍ଭ କରିବେ ।

Leave a Reply

Your email address will not be published. Required fields are marked *