ଦୀପିକାଙ୍କ ପକ୍ଷରୁ ବାର୍ଥଡେ’ ସର୍ପ୍ରାଇଜ୍
ନିକଟରେ ମିସେସ୍ ସିଂ ତାଙ୍କର ୩୩ ତମ ଜନ୍ମଦିନକୁ ଖୁବ୍ ଧୁମ୍ଧାମରେ ପାଳିଛନ୍ତି । ବିବାହ ପରେ ରଣବୀରଙ୍କ ସହିତ ପ୍ରଥମ ଜନ୍ମଦିନ ପାଳନ କରିବା ସହିତ ହନିମୁନର ଖୁସି ଦୀପିକାଙ୍କ ଚେହେରାରେ ସ୍ପଷ୍ଟ ଭାବେ ଦେଖାଯାଉଛି । ଏହି ଖୁସିର ମଉକାରେ ଦୀପିକା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ସର୍ପ୍ରାଇଜ୍ ଉପହାର ଦେଇଥିଲେ ।
ସେ ଉପହାରଟି ହେଉଛି ଦୀପିକାଙ୍କ ନିଜସ୍ୱ ୱେବ୍ସାଇଟ୍ । ଏହାର ନାମ ରଖାଯାଇଛି- ‘ଦୀପିକାପାଦୁକୋନ୍ ଡଟ୍ କମ୍’ । ଏହା ଜାନୁୟାରୀ ୪ତାରିଖରେ ଲଞ୍ଚ ହୋଇଥିଲା । ଏହାର ପୂର୍ବସୂଚନା ଦୀପିକା ତାଙ୍କ ଇନଷ୍ଟାଗ୍ରାମରେ ସେୟାର୍ କରିଥିଲେ । ପ୍ରଶଂସକ ଏହାକୁ ନେଇ ଖୁବ୍ ଉତ୍ସାହିତ ଥିବାରୁ ୱେବ୍ସାଇଟ୍ ଲଂଚ୍ ହେବାର ୩-୪ ଘଣ୍ଟା ପର୍ଯ୍ୟନ୍ତ ଜାମ୍ ହୋଇଥିଲା । ପ୍ରାୟ ସନ୍ଧ୍ୟା ୭ଟାରେ ୱେବ୍ସାଇଟ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସୂଚନା ମିଳିଛି । ଏହି ୱେବ୍ସାଇଟ୍ରେ ଦୀପିକାଙ୍କ ପ୍ରୋଫେସନାଲ୍ ଲାଇଫ୍ ସମ୍ପର୍କରେ ଟିକିନିଖି ଖବରର ଅପ୍ଡେଟ୍ ମିଳିପାରିବ ।
http://odishatime.com/alia-bhatt-night-suit/